ଆଜିଠୁ ବିଜେଡି କରିବ ଜନସମ୍ପର୍କ ପଦଯାତ୍ର: ସମସ୍ତଙ୍କୁ ଏକଜୁଟ ହେବାକୁ…

ଭୁବନେଶ୍ୱର,୨।୧୦: ଆଜିଠୁ ବିଜେଡି କରିବ ଜନସମ୍ପର୍କ ପଦଯାତ୍ରା। ରାଜ୍ୟରେ ବିଭିନ୍ନ ସ୍ଥାନରେ ଲୋକଙ୍କ ସହ ଯୋଡିହେବାକୁ ଦଳୀୟ କାର୍ଯ୍ୟକ୍ରମ କରିବ ବିଜେଡି। ବୁଧବାର ଦଳ ପକ୍ଷରୁ ରାଜ୍ୟବ୍ୟାପି ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ ହେବ।
ଏହି ପରିପେଖିରେ ବିଜୁ ଜନତା ଦଳର ସୁପ୍ରିମୋ ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ଭୁବନେଶର ଏକାମ୍ର ନିର୍ବାଚନ ମଣ୍ଡଳୀରୁ ଏହାର ଶୁଭାରମ୍ଭ କରିବେ । ସମସ୍ତଙ୍କୁ ଏକଜୁଟ ହୋଇ ଦଳପାଇଁ କାମ କରିବାକୁ ନବୀନଙ୍କ ଆହ୍ବାନ ଦେଇଛନ୍ତି। ପଦଯାତ୍ରା ସହ ସଭ୍ୟ ସଂଗ୍ରହ ଅଭିଯାନରେ ସକ୍ରିୟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପକ୍ଷେ ବିଜୁ ଜନତା ଦଳର ସଦସ୍ୟତା ସଂଗ୍ରହ ଅଭିଯାନ ଆସନ୍ତା ଅକ୍ଟୋବର ୯ ତାରିଖରୁ ଆରମ୍ଭ ହେବ। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ ଆଗାମୀ ସଦସ୍ୟତା ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ନିମନ୍ତେ ଏକ ମତାମତ ସଂଗ୍ରହ କାର୍ଯ୍ୟକ୍ରମ ଓ ପ୍ରସ୍ତୁତି ବୈଠକ ଭର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଜୁ ଛାତ୍ର ଜନତା ଦଳର ସମସ୍ତ ରାଜ୍ୟ କର୍ମକର୍ତ୍ତା, ଜିଲା ସଭାପତିଙ୍କ ସମେତ ସମସ୍ତ ଜିଲାର ଛାତ୍ର ନେତୃତ୍ୱ ଯୋଗ ଦେଇଥିଲେ।
ଏହି ଅବସରରେ ଦଳର କର୍ମକର୍ତ୍ତା ମତାମତ ଦେବା ସହ କିପରି ଭାବେ ସୁଚାରୁ ରୂପେ ପ୍ରତି କ୍ୟାମ୍ପସରେ ସଦସ୍ୟତା ସଂଗ୍ରହ ଅଭିଯାନକୁ ବ୍ୟାପକ ଭାବେ ସଫଳତାର ସହ ସମାପନ କରାଯାଇପାରିବ ସେଥିପ୍ରତି ଗୁରୁତ୍ୱାରୋପ କରିଥିଲେ। ସମସ୍ତ କ୍ୟାମ୍ପସ ସ୍ତରରେ କ୍ୟାମ୍ପସ କମିଟି କର୍ମକର୍ତ୍ତାଙ୍କୁ ଦାୟିତ୍ୱ ଦେବା ସହ ପ୍ରତି କଲେଜରେ କିପରି ବ୍ୟାପକ ଭାବେ ସଦସ୍ୟତା ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ସେଥିପ୍ରତି ବିଜୁ ଛାତ୍ର ଜନତା ଦଳ ପଦକ୍ଷେପ ଗ୍ରହଣ କରିବ।
ଏହି ଅବସରରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି କହିଛନ୍ତି, ବିଜୁ ଜନତା ଦଳରେ କିପରି ଅଧିକରୁ ଅଧିକ ସଦସ୍ୟ ଯୋଗଦାନ କରିବେ ସେଥିପାଇଁ ସମସ୍ତ କର୍ମୀ ବଦ୍ଧପରିକର। ଏଥିସହ ସମସ୍ତ କଲେଜରେ କ୍ୟାମ୍ପସ କମିଟି କର୍ମକର୍ତ୍ତାଙ୍କୁ ଦାୟିତ୍ୱ ଦେବା ସହ ସମସ୍ତ କଲେଜର କନ୍‌ଭେନରମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଉପରେ ବର୍ଷିଲେ ନବୀନ, ସୁଭଦ୍ରାକୁ ନେଇ କହିଲେ ବଡ଼ କଥା…

ଭୁବନେଶ୍ୱର,୨।୧୦: ଆରମ୍ଭ ହୋିଛି ବିଜେଡିର ଜନ ସମ୍ପର୍କ ପଦଯାତ୍ରା। ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀରୁ ଜନସମ୍ପର୍କ ପଦଯାତ୍ରା...

ଦଳର ଭିତିରି କଥା କହିଲେ ମନ୍ମଥ, ବିଜେଡିରେ ବଡ଼ ହଲଚଲ!

ଭୁବନେଶ୍ୱର,୨।୧୦: ବିଜେଡିର ଭିତିରି କନ୍ଦଳ ଏବେ ପଦାରେ ପଡିଲାଣି। ବଡ଼ ବଡ଼ ନେତା ଏବେ ପରାଜୟର କାରଣ ମୁହଁ ଖୋଲି କହୁଛନ୍ତି। ଏହାରି ଭିତରେ ମୁହଁ...

ଧବଳମୁଖୀ ବେଶରେ ଦର୍ଶନ ଦେଲେ ମାଁ ସମଲେଶ୍ୱରୀ

ବରଗଡ଼,୨।୧୦(ପ୍ରେମାନନ୍ଦ ଖମାରୀ) : ବରଗଡ଼ର ଗ୍ରାମ୍ୟଦେବୀ ମାଁ ସମଲେଶ୍ୱରୀ ବୁଧବାର ଆଶ୍ୱିନ ମହାଳୟା ତିଥି ଅବସରରେ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି । ସକାଳୁ ଦେବୀଙ୍କ...

ଆଜି ପବିତ୍ର ମହାଳୟା: ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଲେ ଶ୍ରଦ୍ଧାଳୁ

ଭୁବନେଶ୍ୱର,୨।୧୦: ଆଜି ପବିତ୍ର ମହାଳୟା । ପିତୃପୁରୁଷଙ୍କ ମୋକ୍ଷ ପ୍ରାପ୍ତି ପାଇଁ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ । ଏଥିପାଇଁ ପୁରୀ ଓ ଭୁବନେଶ୍ବର ବିନ୍ଦୁସାଗର କୂଳରେ...

ଶଙ୍ଖ ଭବନରେ ପୁଣି କାହିଁକି ହେଲା କଥା କଟାକଟି, କାହିଁକି ବିରୋଧର ଶିକାର ହେଲେ …

ଭୁବନେଶ୍ୱର,୨।୧୦: ଏବେ ପ୍ରାୟ ସବୁବେଳେ ଶଙ୍ଖ ଭବନ ସରଗରମ। ଥମିବାର ନାଁ ନେଉନି ମୁହାଁମୁହିଁ ସ୍ଥିତି। ଭୁବନେଶ୍ବର କର୍ପୋରେଟରଙ୍କ ମଧ୍ୟରେ ବିବାଦ ପରେ ସୋମବାର ଖୋର୍ଦ୍ଧା...

ବଦଳିଲା ୟୁନିଫର୍ମ ରଙ୍ଗ, ଏଣିକି ଛାତ୍ରୀଛାତ୍ର ପିନ୍ଧିବେ…

ଭୁବନେଶ୍ୱର, ୨।୧୦: ସରକାରୀ ମାଧ୍ୟମିକ ବିଦ୍ୟାଳୟର ୟୁନିଫର୍ମ ରଙ୍ଗ ବଦଳିଛି। ସବୁଜ ରଙ୍ଗ ବଦଳରେ ଏଣିକି ବାଦାମୀ ରଙ୍ଗର ୟୁନିଫର୍ମ ପିନ୍ଧିବେ ନବମ ଏବଂ ଦଶମ...

ମଧ୍ୟରାତ୍ରିରୁ ଭଦ୍ରକରେ ଇଣ୍ଟରନେଟ୍‌ ସେବା ସ୍ବଭାବିକ

ଭଦ୍ରକ,୨।୧୦: ଭଦ୍ରକରେ ସ୍ଥିତି ଧୀରେଧୀରେ ସୁଧୁରିବାରେ ଲାଗିଛି। ୪ ଦିନ ପରେ ମଙ୍ଗଳବାର ମଧ୍ୟରାତ୍ରିରୁ ଭଦ୍ରକରେ ଇଣ୍ଟରନେଟ ସେବା ସ୍ବଭାବିକ ହୋଇଛି। ସୋସିଆଲ ମିଡିଆ ପୋଷ୍ଟକୁ...

ଆଜି ଆସିବେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା

ବ୍ରହ୍ମପୁର,୨।୧୦(ନରସିଂହ ସାହୁ): ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ୨୦୨୪ ନିର୍ବାଚନରେ ୧୧ ଆସନରେ ଭାଜପା ପ୍ରାର୍ଥୀମାନେ ନିର୍ବାଚିତ ହୋଇଛନ୍ତି। ଫଳରେ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri