‘୧୨୦ ବିଧାନସଭା, ୧୭ ଲୋକ ସଭା ଆସନରେ ଜିତିବ ବିଜେଡି’

ଭୁବନେଶ୍ୱର,୨।୩(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଏବଂ ୫-ଟି ପ୍ରକରଣରେ ସାରା ରାଜ୍ୟରେ ଚାଲିଥିବା ରୂପାନ୍ତରଣ କାର୍ଯ୍ୟ ଯୋଗୁ ବିଜେଡି ରାଜନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଦୃଢ଼ ସ୍ଥାନରେ ରହିଛି । ଆଗାମୀ ନିର୍ବାଚନରେ ବିଜେଡି ୧୨୦ରୁ ଅଧିକ ବିଧାନସଭା ଏବଂ ୧୭ରୁ ଅଧିକ ଲୋକ ସଭା ଆସନରେ ଜିତିବ ବୋଲି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ସସ୍ମିତ କହିଛନ୍ତି , ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କୁ ବିପୁଳ ଆଶୀର୍ବାଦ କରିବା ସହ ରେକର୍ଡ ସଂଖ୍ୟକ ଆସନ ଜିତାଇବାକୁ ସାଢେ ୪ କୋଟି ରାଜ୍ୟବାସୀ ମନ ସ୍ଥିର କରିସାରିଲେଣି। ବିଜେଡି ସବୁବେଳେ ଜନତାଙ୍କ ପାଇଁ କାର୍ଯ୍ୟ କରିଛି ଏବଂ ଜନତାଙ୍କ ସହ ରହିଛି, ଆଗାମୀ ଦିନରେ ମଧ୍ୟ ରହିବ ବୋଲି ସସ୍ମିତ କହିଛନ୍ତି ।

Share