ଢେଙ୍କାନାଳ,୧୩।୩(ରତନ ନାୟାର): ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏ ସମ୍ପର୍କରେ କିଛି ଜାଣି ନ ଥିବା ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ମଙ୍ଗଳବାର ନିଜ ଆବାସିକ କାର୍ଯ୍ୟାଳୟଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ କହିଛନ୍ତି। ଏଥିସହ ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ୧୨୫ ବିଧାନସଭା ଆସନ ଓ ୨୧ ଲୋକ ସଭା ଆସନରେ ବିଜୟୀ ହେବ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ୫ମ ପାଳିରେ ରାଜ୍ୟରେ ୫-ଟି ପ୍ରଚଳନର ରୂପାନ୍ତୀକରଣ ପ୍ରକ୍ରିୟା ଜାରି ରଖି ସାମଗ୍ରିକ ବିକାଶ ଆଗେଇ ନେଇଛନ୍ତି। ତେଣୁ ଆସନ୍ତା ନିର୍ବାଚନରେ ବିଜୁ ଜନତା ଦଳ ୧୨୫ରୁ ଊର୍ଦ୍ଧ୍ୱ ଆସନ ଜିତିବା ସହିତ ବିକାଶର ଧାରାକୁ ବଜାୟ ରଖିବ ବୋଲି ବିଧାୟକ କହିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନରୋତ୍ତମ ସାହୁ ଓ ଜିଲା ବିଜେଡି ସାଧାରଣ ସମ୍ପାଦକ ଦେବାଶିଷ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।