୧୪,୫୨୫ ଖଣ୍ଡ ଭୋଟରେ ଜିତିଲେ ଲିକା

ବଲାଙ୍ଗୀର ଅଫିସ, ୨୬।୩- ଶନିବାର ପୌର ନିର୍ବାଚନ ଫଳାଫଳ ଘୋଷଣା ହୋଇଛି । ବଲାଙ୍ଗୀର ପୌରାଞ୍ଚଳର ପୌରାଧ୍ୟକ୍ଷା ଭାବେ ବିଜେଡି ପ୍ରାର୍ଥୀ ଲିକା ସାହୁ ୧୪,୫୨୫ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ଜଣାପଡିଛି। ବିଜୟୀ ହେବା ପରେ ଲିକା ସାହୁ ତାଙ୍କ ପ୍ରତିକ୍ରିୟାରେ ବଲାଙ୍ଗୀର ସହରବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡି ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଅନଙ୍ଗ ଉଦୟ ସିଂହଦେଓ, କଲିକେଶ ନାରାୟଣ ସିଂହଦେଓ, ଯୁବନେତା ଅର୍କେଶ ନାରାୟଣ ସିଂହଦେଓ, ମନ୍ତ୍ରୀ ସୁଶାନ୍ତ ସିଂ, ଟୁକୁନୀ ସାହୁଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆଗାମୀ ଦିନରେ ବଲାଙ୍ଗୀର ସହରକୁ ଏକ ଉନ୍ନତ ସହର ଭାବେ ଗଢ଼ିବା ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।