କେନ୍ଦୁଝରରେ ୪ରୁ ୩ ପୌର ପରିଷଦ ହାତେଇଲା ବିଜେଡି

କେନ୍ଦୁଝର,୨୬ା୩(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ପୌର ନିର୍ବାଚନ ଫଳାଫଳ ଶନିବାର ଘୋଷଣା ହୋଇଛି। ଜିଲାର ତିନୋଟି ପୌରପାଳିକା ଓ ଗୋଟିଏ ଏନ୍‌ଏସିରେ ନିର୍ବାଚନ ହୋଇଥିଲା। ବିଜେଡି ତିନୋଟି ପୌର ପରିଷଦ ହାସଲ କରି ଜିଲାରେ ବାଜିମାତ୍‌ କରିଥିବା ମର୍ଯ୍ୟାଦାପୂର୍ଣ୍ଣ ଜିଲା ମୁଖ୍ୟାଳୟ ପୌର ପରିଷଦକୁ ଭାଜପା ହାତେଇଛି। ଆନନ୍ଦପୁର ପୌରପାଳିକାରେ ବିଜେଡିର ରଜନୀରାଣୀ ଖଟୁଆ, କେନ୍ଦୁଝରଗଡ଼ରେ ଭାଜପାର ନିକୁ ସାହୁ, ବଡ଼ବିଲରେ ବିଜେଡିର ଲକ୍ଷ୍ମଣ ମହାନ୍ତ, ଯୋଡ଼ାରେ ଜଗଦୀଶ ପ୍ରସାଦ ସାହୁ ଓ ଚମ୍ପୁଆ ଏନ୍‌ଏସିରେ ବିଜେଡିର ଗିରିଜାଶଙ୍କର ସାହୁ ନଗରପାଳ ଭାବେ ନିର୍ବାଚିତ ହୋଇଛନ୍ତି।