ଚାନ୍ଦବାଲି ଏନ୍‌ଏସି ହାତେଇଲା ବିଜେଡି

ଚାନ୍ଦବାଲି,୨୬ା୩(ଡି.ଏନ୍‌.ଏ.): ଚାନ୍ଦବାଲି ଏନ୍‌ଏସିରେ ମୋଟ୍‌ ୧୫ଟି କାଉନସିଲର ପଦବୀରୁ ୧୧ଟି ବିଜେଡି ହାତେଇ ଥିବା ବେଳେ ଭାଜପା ୩ଟି ଓ କଂଗ୍ରେସ ଗୋଟିଏ କାଉନସିଲର ହାତେଇଛି। ଚାନ୍ଦବାଲି ଏନ୍‌ଏସି ବିଜେଡିର ଚେୟାରପର୍ସନ ଶାନ୍ତିଲତା ସେଠୀ ୭,୮୫୬ ଖଣ୍ଡ ଭୋଟ୍‌ ହାତେଇ ଥିବା ବେଳେ, ଭାଜପା ୬,୯୦୬ ଭୋଟ୍‌ ଓ କଂଗ୍ରେସ ୧୭୫୨ ଖଣ୍ଡ ଭୋଟ୍‌ ପାଇଛନ୍ତି।
ବିଜେଡିର ଶାନ୍ତିଲତା ସେଠୀ, ଭାଜପାର ସଙ୍ଗୀତା ବେହେରାଙ୍କ ଠାରୁ ୯୫୦ ଖଣ୍ଡ ଭୋଟ୍‌ରେ ବିଜୟୀ ହୋଇଛନ୍ତି।