ନିର୍ବାଚନ ପୂର୍ବରୁ ଆଖି ବୁଜିଲେ ବିଜେଡି ଜିଲା ପରିଷଦ ପ୍ରାର୍ଥୀ

କେନ୍ଦୁଝର,୨୯ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ବ୍ଲକର ୮ ନମ୍ବର ଜୋନ୍‌ ବିଜେଡି ଜିଲା ପରିଷଦ ପ୍ରାର୍ଥୀ ଅନାଦି ଚରଣ ସିଂଙ୍କ ଶନିବାର ଆକସ୍ମିକ ମୃତ୍ୟୁ ହୋଇଛି। ଆଜି ସକାଳେ ସେ ଘରେ ଥିବା ସମୟରେ ଅସୁସ୍ଥ ଅନୁଭବ କରିବାରୁ ପ୍ରଥମେ ଘଟଗାଁ ମେଡିକାଲ ଏବଂ ପରେ ଜିଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Share