ବିଜେଡିର ବଢୁଛି ଚିନ୍ତା: ସାରଦାଙ୍କ ଗୋଷ୍ଠୀରେ ୫ ସମିତି ସଭ୍ୟ, ୬ ସରପଞ୍ଚ

ନିଶ୍ଚିନ୍ତକୋଇଲି/ ମାହାଙ୍ଗା,୧୨।୮(ଅଶୋକ କୁମାର ମହାପାତ୍ର୍ର/ଯଯାତି ସିଂହ):୨୦୨୪ ନିର୍ବାଚନରେ ବିଜେଡିର ପରାଜୟ ପରେ ଜନପ୍ରତିନିଧିମାନେ ଦଳ ଛାଡ଼ିବାରେ ଲାଗିଛନ୍ତି। ଏହା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକର ୧୧ଜଣ ନିର୍ବାଚିତ ଲୋକ ପ୍ରତିନିଧି ରବିବାର ବିଜେଡି ଛାଡି ସ୍ବାଧୀନ ବିଧାୟକ ସାରଦା ପ୍ରଧାନଙ୍କ ଗୋଷ୍ଠୀରେ ରବିବାର ସାମିଲ ହୋଇଛନ୍ତି। ଏଥିରେ ୫ ବିଜେଡି ସମର୍ଥତ୍ତ ସମିତି ସଭ୍ୟ ଓ ୬ ସରପଞ୍ଚ ରହିଛନ୍ତି। ସେମାନେ ହେଲେ ଫଗୋଳ ସରପଞ୍ଚ ବୈଷ୍ଣବ ଚରଣ ସାମଲ, ସମିତି ସଭ୍ୟ ନୃସିଂହ ଚରଣ ମିଶ୍ର, ନରେନ୍ଦ୍ରପୁର ସରପଞ୍ଚ ନମିତା ରାୟ, ସମିତି ସଭ୍ୟ ପ୍ରଫୁଲ୍ଲ ସାହୁ, କେରିଲୋ ସରପଞ୍ଚ ଶୁଭ୍ରା ମହାନ୍ତି, ସମିତି ସଭ୍ୟା ସୌରପ୍ରଭା ଜଗଦ୍ଦେବ, ନଗସପୁର ସରପଞ୍ଚ ପୁଷ୍ପଲତା ମଲିକ, କଟିକଟା ସରପଞ୍ଚ ଚିତ୍ତରଞ୍ଜନ ମଲ୍ଲିକ, ସୁକରପଡା ସରପଞ୍ଚ ମନୋଜ କୁମାର ମଲିକ, ଜମରା ସମିତି ସଭ୍ୟା ମେନକା ବଳ ଓ ଜୟରାମପୁର ସମିତି ସଭ୍ୟା ଲକ୍ଷ୍ମୀପ୍ରିୟା ଦାସ। ସାରଦା ସେମାନଙ୍କୁ ପୁଷ୍ପଗୁଚ୍ଛ ଉପଢୌକନ ଦେଇ ସ୍ବାଗତ କରିଥିଲେ। ସେମାନଙ୍କ ଯୋଗଦାନ ଯୋଗୁ ଆଗାମୀ ଦିନରେ ମାହାଙ୍ଗାରେ ବିକାଶ କାର୍ଯ୍ୟ ଅଧିକ ତ୍ୱରାନ୍ବିତ ହୋଇପାରିବ ବୋଲି ସାରଦା ମତବ୍ୟକ୍ତ କରିଥିଲେ। ଏ ସମ୍ପର୍କରେ ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡିର ବରିଷ୍ଠ ଯୁବନେତା ତଥା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଅଶୋକ ଓଝା କୁହନ୍ତି, ଏହି ଜନପ୍ରତିନିଧିମାନେ ବିଜେଡି ଛାଡିବା ଦ୍ୱାରା ଦଳ ଉପରେ କୌଣସି ଫରକ ପଡିବ ନାହିଁ।
ନିଶ୍ଚିନ୍ତକୋଇଲି ବ୍ଲକ ୪୧ଟି ପଞ୍ଚାୟତକୁ ନେଇ ଗଠିତ। ସେଥିମଧ୍ୟରୁ କଟକ ସଦର ନିର୍ବାଚନମଣ୍ଡଳୀରେ ୧୪ଟି ପଞ୍ଚାୟତ ଥିଲା ବେଳେ ମାହାଙ୍ଗା ନିର୍ବାଚନମଣ୍ଡଳୀରେ ୨୭ଟି ପଞ୍ଚାୟତ ରହିଛି। ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡିର ହେଭି ୱେଟ ନେତା ପ୍ରତାପ ଜେନାଙ୍କ ସଫଳ ଗୋଟିଚାଳନା ହେତୁ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକରେ ଥିବା ସମସ୍ତ ଜିଲାପରିଷଦ ଆସନକୁ ବିଜେଡି ହାତେଇବାକୁ ସକ୍ଷମ ହୋଇଥିଲା। ନାମକୁମାତ୍ର କେତୋଟି ହାତଗଣତି ପଞ୍ଚାୟତକୁ ଛାଡ଼ିଦେଲେ ପ୍ରାୟ ଅଧିକାଂଶ ପଞ୍ଚାୟତରେ ବିଜେଡି ସମର୍ଥତ୍ତ ସରପଞ୍ଚ ଓ ସମିତିସଭ୍ୟମାନେ ବିଜୟୀ ହୋଇଥିଲେ। ଫଳରେ ଉଭୟ ମାହାଙ୍ଗା ଓ ନିଶ୍ଚି୍‌ନ୍ତକୋଇଲି ପଞ୍ଚାୟତ ସମିତିର ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ପଦବୀ ବିଜେଡି ହାତେଇବାକୁ ସକ୍ଷମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ

କଟକ,୨୦।୯(ଶିଳ୍ପା ପ୍ରିୟଦର୍ଶିନୀ) କଟକ ବାଲିଯାତ୍ରା ଉପର ପଡିଆରେ ଗଣେଶ ମହୋତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଯୋଗଦେଇଥିଲେ। ଏହାପରେ...

ବୋନସ ଦାବି ତେଜିଲା…

ରାଉରକେଲା,୨୦।୯(ସଙ୍ଗୀତା ଜେନା): କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ସିଟୁ ସମର୍ଥିତ ଷ୍ଟିଲ୍‌ ଏମ୍ପ୍ଲୟିଜ୍‌ ଟ୍ରେଡ୍‌ ୟୁନିୟନ ତଥା ରାଉରକେଲା କଣ୍ଟ୍ରାକ୍ଟର ୱାର୍କର୍ସ ୟୁନିୟନ ପକ୍ଷରୁ ଶୁକ୍ରବାର ପାୱାରଗେଟ୍‌...

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଦିବ୍ରୁଗଡ଼ ଚେକ୍‌ପୋଷ୍ଟ ସିଲ୍‌ କଲେ ପଶ୍ଚିମବଙ୍ଗ ସରକାର: ରାସ୍ତାରେ ଅଟକିଛି ହଜାର ହଜାର ଟ୍ରକ୍‌

ରାଞ୍ଚି,୨୦ା୯: ପଶ୍ଚିମବଙ୍ଗ ସରକାର ଦିବ୍ରୁଗଡ଼ ଚେକ୍‌ପୋଷ୍ଟ ସିଲ୍‌ କରିଦେଇଥିବାରୁ ଝାଡ଼ଖଣ୍ଡରୁ ଯାଉଥିବା ହଜାର ହଜାର ଭାରୀଯାନ ୧୯ ନମ୍ବର ଜାତୀୟ ରାଜପଥରେ ଅଟକି ରହିଛି। ଆନ୍ତଃରାଜ୍ୟ...

ଝାଡ଼ାବାନ୍ତିରେ ୩ ମୃତ, ୩୦ରୁ ଊର୍ଦ୍ଧ୍ୱ ହସ୍ପିଟାଲରେ ଭର୍ତ୍ତି 

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଗୁଡ଼ିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ଝାଡ଼ାବାନ୍ତି ଜନିତ ରୋଗରେ ୩ ଜଣଙ୍କର ମୃତ୍ୟୁ...

ବଂଶଧାରା ନଦୀରେ ମିଶିଲା କାରଖାନାର ବିଷାକ୍ତ ରାସାୟନିକ ପାଣି: ଜଳ ଯୋଗାଣ ବନ୍ଦ ଲୋକେ ହନ୍ତସନ୍ତ

କାଶୀନଗର,୨୦ା୯(ଟି. କ୍ରିଷ୍ଣା ରାଓ): ଗଜପତି ଜିଲା କାଶୀନଗର ଦେଇ ପ୍ରବାହିତ ବଂଶଧାରା ନଦୀ ପାଣିରେ ବେଦାନ୍ତ କାରଖାନାର କାଷ୍ଟିକ ପୋଖରୀ ହୁଡା ଭାଙ୍ଗି କ୍ଷୟକାରୀ ବିଷାକ୍ତ...

ମୁଖ୍ୟ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି; ଘରୁ ମିଳିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍

ବାଲେଶ୍ୱର,୧୯।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀ ଏନ.ଭି ହରିହରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିବା ପରେ ବିପୁଳ ପରିମାଣର ଆୟାବହିର୍ଭୁତ ସମ୍ପତ୍ତି ଜବତ...

ଗ୍ରାହକ ହୋଇ କିଣିବା ବାହାନାରେ ଆସି ଗହଣା ଦୋକାନରୁ….

ବ୍ରହ୍ମପୁର,୨୦ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗ୍ରାହକ ହୋଇଆସି ଜଣେ ବ୍ୟକ୍ତି ଦୋକାନରୁ ସୁନା ଗହଣା ଚୋରାଇ ନେଇଛନ୍ତି। ଦୋକାନ ମାଲିକ ସତ୍ୟନାରାୟଣ ସେନାପତି ଏହି ସମ୍ପର୍କରେ ବଡ଼ବଜାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri