ଭାଜପା ବିରୋଧରେ ବିଜେଡିର ସାଂଘାତିକ ଅଭିଯୋଗ: ଝାଡ଼ଖଣ୍ଡ ନିର୍ବାଚନର ଓ୍ବାର୍‌ ରୁମ୍‌ ସାଜିଛି ରାଜଭବନ

ଭୁବନେଶ୍ୱର, ୪।୧୦(ସୁନିତ୍‌ ମିଶ୍ର):ନିକଟରେ ରାଜଭବନକୁ ଯାଇ ରାଜ୍ୟପାଳ ରଘୁବର ଦାସଙ୍କୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଭେଟିବା ଘଟଣାକୁ ନେଇ ଏବେ ରାଜନୀତି ଜୋର୍‌ ଧରିଛି। ବିଜେଡି ପକ୍ଷରୁ ଝାଡ଼ଖଣ୍ଡ ନିର୍ବାଚନ ସହ ରାଜଭବନରେ ଯୋଜନା ଚାଲିଛି ବୋଲି ଦାବି କରାଯାଇଛି। ବିଜେଡି ରାଜ୍ୟ ସଭା ସଦସ୍ୟ ସସ୍ମିତ୍‌ ପାତ୍ର କହିଛନ୍ତି, ଓଡ଼ିଶା ରାଜଭବନ ଝାଡ଼ଖଣ୍ଡ ନିର୍ବାଚନର ଓ୍ବାର୍‌ ରୁମ୍‌ ସାଜିଛି। ଓଡ଼ିଶା ରାଜଭବନ ଏବେ ରାଜନୈତିକ ହବ୍‌ ପାଲଟିଛି। ହିମନ୍ତ ବିଶ୍ୱଶର୍ମା ଏବଂ ଭେଙ୍କୟା ନାଇଡୁ ନିକଟରେ ରାଜଭବନ ଆସିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ରାଜଭବନ ଯାଇ ଉଭୟ ନେତାଙ୍କୁ ଭେଟିଥିଲେ। ରାଜଭବନରୁ ଅଘୋଷିତ ନିର୍ଦ୍ଦେଶ ପାଇବା ପରେ ମୁଖ୍ୟମନ୍ତ୍ରୀ ଝାଡ଼ଖଣ୍ଡ ଗଲେ। ଚର୍ଚ୍ଚା ହେଉଛି ରାଜ୍ୟପାଳ ଝାଡ଼ଖଣ୍ଡ ନିର୍ବାଚନ ଲଢ଼ିବାକୁ ଯିବେ। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରେସ୍‌ରେ ରାଜ୍ୟପାଳ ଅଛନ୍ତି ବୋଲି ସସ୍ମିତ୍‌ କହିଛନ୍ତି।
କାଉଣ୍ଟରକରି ଭାଜପା ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି, ୨୪ ବର୍ଷ କ୍ଷମତାରେ ରହିବା ପରେ ଏବେ ଶାସନରୁ ପଳାଇଥିବାରୁ ବିଜେଡି ନେତାଙ୍କ ମତିଭ୍ରମ ହୋଇଗଲାଣି। ସେମାନଙ୍କୁ ସାମାନ୍ୟ ସୌଜନ୍ୟତା ବୁଝାପଡ଼ୁନାହିଁ। ବିଜେଡିରେ ଦିନକୁ ଦିନ ଗୋଷ୍ଠୀକନ୍ଦଳ ତୀବ୍ର ହେବାରେ ଲାଗିଛି। ଭୁବନେଶ୍ୱରରୁ ଆରମ୍ଭକରି ବିଭିନ୍ନ ସ୍ଥାନରେ ବିଶୃଙ୍ଖଳା ଦେଖିବାକୁ ମିଳୁଛି। ନେତା ଓ କର୍ମୀମାନେ ଏବେ ଦଳ ଛାଡ଼ିବାରେ ଲାଗିଛନ୍ତି। ଏଥିରୁ ଧ୍ୟାନ ହଟାଇବା ପାଇଁ ବିଜେଡି ଅପ୍ରସଙ୍ଗକୁ ପ୍ରସଙ୍ଗକରି ବିଳିବିଳି ହେଉଛି। ନିଜ ଘରେ ରାଜନୈତିକ ଅଶାନ୍ତିର ଅସନ୍ତୋଷ ଘଟୁଥିବାବେଳେ ରାଜଭବନକୁ ‘ଫୋପଡ଼’ ପକାଇବାକୁ ବିଜେଡି ପ୍ରୟାସ କରୁଛି। ରାଜ୍ୟପାଳଙ୍କୁ ଅନ୍ୟ ରାଜ୍ୟର ଜଣେ ମୁଖ୍ୟମନ୍ତ୍ରୀ ଭେଟିବା ସୌଜନ୍ୟତା ବା ବ୍ୟକ୍ତିଗତ ସମୀଚୀନ ହୋଇପାରେ। ଏହି ସାକ୍ଷାତକୁ ନେଇ ବିଜେଡିର ୨ ଜଣ ଏମ୍‌ପି ପ୍ରଶ୍ନ ଉଠାଇବାକୁ ଅସୌଜନ୍ୟତା କୁହାଯିବ। ଅତୀତରେ ନବୀନବାବୁଙ୍କୁ ଗୃହବନ୍ଦୀକରି ଅଣଓଡ଼ିଆ ଅଫିସରମାନେ ରାଜ୍ୟରେ ଶାସନ ଚଳାଉଥିଲେ। ସେତେବେଳେ ଏହି କୁହାଳିଆ ସାଂସଦମାନେ ଜଣେ ନିର୍ଦ୍ଦିଷ୍ଟ ଅଣଓଡ଼ିଆ ଅଫିସରଙ୍କର ପଦଲେହନ କରୁଥିଲେ ବୋଲି ସେ କହିଛନ୍ତି।
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଝାଡ଼ଖଣ୍ଡ ନିର୍ବାଚନ ଦାୟିତ୍ୱରେ ଅଛନ୍ତି। ନିକଟରେ ସେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ଓଡ଼ିଶା ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିବା ଲାଗି ୨ ଘଣ୍ଟିଆ ରାଜ୍ୟ ଗସ୍ତରେ ଆସିଥିଲେ। ଏହି ଅବସରରେ ଏହା ତାଙ୍କର ବ୍ୟକ୍ତିଗତ ସ୍ତରର ଆଲୋଚନା ଲାଗି ଭେଟଘାଟ, ଏହା ସହ ଝାଡ଼ଖଣ୍ଡ ନିର୍ବାଚନର କୌଣସି ସମ୍ପର୍କ ନ ଥିବା କହିଥିଲେ। ଏହି ଅବସରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମଧ୍ୟ ରାଜଭବନରେ ଥିଲେ। ଏହାର କିଛିଦିନ ଭିତରେ ମୋହନ ମାଝୀ ଝାଡ଼ଖଣ୍ଡ ପ୍ରଚାର ଲାଗି ଯିବା ପରେ ଏହାକୁ ନେଇ ରାଜନୀତି ଜୋର୍‌ ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

Love Marriage: କୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ମାତାପିତାଙ୍କ ଇଚ୍ଛା ବିରୋଧରେ ବିବାହ କଲେ ମିଳିବନି ପୋଲିସ ସୁରକ୍ଷା

ନୂଆଦିଲ୍ଲୀ,୧୭।୪: ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ଯେ ଯେଉଁ ପ୍ରେମୀଯୁଗଳମାନେ ନିଜ ଇଚ୍ଛାରେ ମାତାପିତାଙ୍କ ଅନୁମତି ବିନା ବିବାହ କରନ୍ତି, ସେମାନଙ୍କୁ ଆଉ...

ତଳକାଁପଡ଼ା ଗ୍ରାମରେ ରାଜନୈତିକ ଶତ୍ରୁତାରୁ ବୋମାମାଡ଼; ୯ ଗୁରୁତର, ଲାଗି ରହିଛି ଉତ୍ତେଜନା

ତିହିଡି଼,୧୭।୪(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡି଼ ଥାନା କାଁପଡ଼ା ପଞ୍ଚାୟତ ଅଧୀନ ତଳକାଁପଡ଼ା ଗ୍ରାମରେ ବୁଧବାର ରାତି ୧୦ଟା ସମୟରେ ବୋମାମାଡ଼ ହୋଇଛି । ରାଜନୈତିକ...

ଗୌତମ ଗମ୍ଭୀରଙ୍କ ସପୋର୍ଟ ଷ୍ଟାଫ୍ ରୁ ତିନି ଜଣଙ୍କୁ ବହିଷ୍କାର କରିବ ବିସିସିଆଇ, ରହିଛି ବଡ଼ କାରଣ

ମୁମ୍ବାଇ,୧୭ା୪: ଅଷ୍ଟ୍ରେଲିଆରେ ବର୍ଡର ଗାଭାସ୍କର ଟ୍ରଫିରେ ଭାରତୀୟ କ୍ରିକେଟ୍ ଦଳର ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ଏହି ଗସ୍ତରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳ ୩-୧ ବ୍ୟବଧାନରେ...

Subhadra Yojana: ସୁଭଦ୍ରା ଯୋଜନାକୁ ନେଇ ପ୍ରଭାତୀଙ୍କ ବଡ଼ ଘୋଷଣା, କଲେଜ ଛାତ୍ରୀ…

ଭୁବନେଶ୍ୱର,୧୭।୪:କଲେଜ ଛାତ୍ରୀଙ୍କ ପାଇଁ ବଡ ଘୋଷଣା । ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସୁଭଦ୍ରା ସର୍ଭେରେ...

Gold Rate Today : ଆଉ କିଣିବାନି ସୁନା! ଜାଣନ୍ତୁ ୧୦ ଗ୍ରାମ ପ୍ରତି ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ, ୧୭।୪: ଭାରତୀୟ ବଜାରରେ ସୁନା ଦର ରେକର୍ଡ ଛୁଇଁଛି। ଏବେ ସୁନା ଲକ୍ଷେ ମୁହାଁଉଛି। ଗୁରୁବାର ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ...

କଟକ କମିଶନରେଟ ପୋଲିସର ଡବଲ୍‌ ଏନ୍‌କାଉଣ୍ଟର, ୨ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗୁଳିମାଡ଼

ଚୌଦ୍ୱାର,୧୭।୪(ଆଶୁତୋଷ ଦାସ): କଟକ କମିଶନରେଟ ପୋଲିସର ଡବଲ ଏନ୍‌କାଉଣ୍ଟର। ଗୁଳିମାଡ଼ରେ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଆହତ ହୋଇଛନ୍ତି। ସେମାନଙ୍କ ଗୋଡ଼ରେ ଗୁଳି ବାଜିଛି। ତେବେ...

ରାସ୍ତାକଡ଼ରେ ଥୁଆ ହୋଇଛି ସ୍କୁଟି, ଗଛରେ ଝୁଲୁଛି ପ୍ରେମୀଯୁଗଳଙ୍କ ମୃତଦେହ

ଖୋର୍ଦ୍ଧା,୧୭।୪(ପ୍ରଭାତ ପାଣିଗ୍ରାହୀ): ରାସ୍ତାକଡ଼ରେ ଥୁଆ ହୋଇଛି ସ୍କୁଟି। ଗଛରେ ଝୁଲୁଛନ୍ତି ପ୍ରେମୀଯୁଗଳ। ଖୋର୍ଦ୍ଧା ଜଙ୍କିଆ ଥାନା ସିକୋ ଫାଣ୍ଡି ଅନ୍ତର୍ଗତ ବେଗୁନିଆ ବ୍ଲକର ବୋତଳମା ପଞ୍ଚାୟତ...

ବିଶ୍ୱରେ ପ୍ରଥମ ଥର ହେବାକୁ ଯାଉଛି Sperm Race, LIVE ଟେଲିକାଷ୍ଟବେଳେ ଟଙ୍କା ଲଗାଇବେ ବଡ଼ ବଡ଼ ସେଲିବ୍ରେଟି

ନୂଆଦିଲ୍ଲୀ,୧୭।୪: ଲସ ଆଞ୍ଜେଲସରେ ଏମିତି ଏକ ବିରଳ ଘଟଣା ଘଟିବାକୁ ଯାଉଛି, ଯାହାକୁ ଶୁଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ। କିନ୍ତୁ ଏହା ପଛରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image