ବିଜେଡିର ଜନସମ୍ପର୍କ ଯାତ୍ରା: ଦର ବୃଦ୍ଧିକୁ ନେଇ ବର୍ଷିଲେ ଦେବୀ

ଦାରିଙ୍ଗବାଡି, ୨୩।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବିଜେଡି ପକ୍ଷରୁ ବୁଧବାର ଜନସମ୍ପର୍କ ପଦଯାତ୍ରା ଓ ସାଙ୍ଗଠନିକ ବୈଠକ ପୂର୍ବତନ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ଅଧ୍ୟକ୍ଷତାରେ ହୋଇଯାଇଛି ଏଥିରେ ବ୍ଲକ ବିଜେଡି କାର୍ଯ୍ୟକାରୀ ସଭାପତି ଦିଲୀପ କୁମାର ପ୍ରଧାନଙ୍କ ମଞ୍ଚ ପରିଚାଳନାରେ ମୁଖ୍ୟ ଅତିଥିଭାବେ ଦଳର ରାଜ୍ୟ ଉପସଭାପତି ତଥା ସାଙ୍ଗଠନିକ ଅଧ୍ୟକ୍ଷ ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଯୋଗଦେଇଥିବା ବେଳେ ଦଳର ରାଜ୍ୟ ମୁଖପାତ୍ର ଭୃଗୁବକ୍ସି ପାତ୍ର, ଗଞ୍ଜାମ ଜିଲାର ଦଳୀୟ ବରିଷ୍ଠ ନେତା ରଞ୍ଜନ ପଲେଇ, ଟିକାବାଲି ବ୍ଲକ ଅଧ୍ୟକ୍ଷ ଦିଲୀପ କଂହର, ଦାରିଙ୍ଗବାଡି ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, କମାଲକାନ୍ତ ପାଣ୍ଡେ, ଜି. ଉଦୟଗିରି ଏନଏସି ଉପାଧ୍ୟକ୍ଷ ସନ୍ତୋଷ ବାଗ, ଜିଲ୍ଲାପରିଷଦ ସଦସ୍ୟ ନୀଳିମା ପ୍ରଧାନ, ଜିଲାପରିଷଦ ସଦସ୍ୟ ରଞ୍ଜନ କୁମାର ପ୍ରଧାନ, ଦଳର ବ୍ଲକ ସଭାପତି ଜ୍ୟୋତିରାଜ ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ।

ପ୍ରକାଶ ଯେ, ଦାରିଙ୍ଗବାଡି ତହସିଲ କାର୍ଯ୍ୟାଳୟ ନିକଟରୁ ବିରାଟ ଶୋଭାଯାତ୍ରାରେ ବାହାରି ଜନସମ୍ପର୍କ ଉଦ୍ଦେଶ୍ୟରେ ଭାଜପା ସରକାର ଡବଲ ଇଞ୍ଜିନ କଥା କହି ଭୋଟ ନେଲେ ମିଥ୍ୟା ପ୍ରତିଶୃତି ଦେଇ ଭତ୍ତା ୩ ହଜାର ଦିଆଯିବ କହିବା ସହ ବିଦ୍ୟୁତ ୩ ଶହ ୟୁନିଟ ଛାଡ଼, ସୁଭଦ୍ରା ଯୋଜନାରେ ଏହି ୫୦ ହଜାର ଦେବି କହି ଏବେ ମାତ୍ର ୫ ହଜାର ଦେବା ନେଇ ଦଳ ପ୍ରତିବାଦ କରିବା ସହ ଭାଜପା ଲୋକଙ୍କୁ ମିଥ୍ୟାପ୍ରତିଶ୍ରୁତି ଦେଇଥିବା କୁହାଯାଇଥିଲା ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପୁଣି ବିଜେଡିକୁ ଜିତାଇବା ପାଇଁ ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ଲାଲ୍‌ବାହିନୀରେ ରହି କରୁଥିଲେ…

ଭବାନୀପାଟଣା,୨୩।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସ ନିକଟରେ ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାମ ଦେବୀ ସୋରୀ ଓରଫ ଗୀତା ହୋଇଥିବାବେଳେ ସେ...

ଭୀଷଣ ବାତ୍ୟା ରୂପ ନେଇ ମାଡ଼ିଆସୁଛି ‘ଦାନା’, ସତର୍କ ସୂଚନା ଜାରି

ଭୋଗରାଇ,୨୩ା୧୦(ପ୍ରଦୀପ ଦାସ): ପୂର୍ବ ମଧ୍ୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ‘ଦାନା’ ନାମିତ ସାମୁଦ୍ରିକ ଝଡ଼ ଅତି ଭୀଷଣ ବାତ୍ୟା ରୂପନେଇ ପଶ୍ଚିମ ଉତ୍ତର ଦିଗକୁ ଅଗ୍ରସର ହେଉଥିବା...

ଜଙ୍ଗଲରେ ଫିଙ୍ଗିଦେଲେ ଗର୍ଭବତୀଙ୍କ ମୃତଦେହ

ବଲାଙ୍ଗୀର,୨୩ା୧୦(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ବୈଦିପାଲି ଗାଁ ନିକଟ ପତ୍ରା ଜଙ୍ଗଲରେ ବୁଧବାର ସକାଳେ ଜଣେ ଗର୍ଭବତୀ ମହିଳାଙ୍କ ଗଳିତ ମୃତଦେହ...

ସ୍ଥଳଭାଗ ଛୁଇଁଲା ‘ଦାନା’ର ବାହ୍ୟବଳୟ , ଆକାଶରେ ଘୋଟି ଆସିଲାଣି…

ଭୁବନେଶ୍ୱର,୨୩।୧୦: ବାତ୍ୟାକୁ ନେଇ ପୁଣି ଆସିଛି ବଡ ଖବର । ପାରାଦୀପ ରାଡାରର ତଥ୍ୟ ଅନୁସାରେ ମିଳିଛି ବଡ଼ ସୂଚନା। ଭଦ୍ରକ ଓ କେନ୍ଦ୍ରାପଡ଼ାର କିଛି...

ଭୀଷଣ ନୁହେଁ ଅତି ଭୀଷଣ ହେବ ବାତ୍ୟା! ଶ୍ରୀମନ୍ଦିର ଉପର ଦୃଶ୍ୟ ଦେଖି ଲୋକ ଛାନିଆ…

ଭୁବନେଶ୍ୱର,୨୩।୧୦: ବାତ୍ୟାକୁ ନେଇ ପୁଣି ଆସିଛି ବଡ ଖବର । ବଙ୍ଗୋପସାଗରରେ ଗଭୀର ଅବପାତ, ବାତ୍ୟା ରୂପ ନେବା ପରେ ଏହା ଏବେ ୧୫ କିଲୋମିଟର...

ପୂର୍ବ ଶତ୍ରୁତାରୁ ଆକ୍ରମଣ, ୨ ଗୁରୁତର

ଭଦ୍ରକ, ୨୩।୧୦(ସନାତନ ରାଉତ): ଭଦ୍ରକ ଜିଲା ଆଗରପଡା ଥାନା ଅନ୍ତର୍ଗତ ବଡ ମହିଷଗୋଠ ଗ୍ରାମରେ ପୂର୍ବ ଶତ୍ରୁତାରୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗ୍ରାମର...

ଖଣିରୁ ବେଆଇନ ପଥର ଚୋରାଚାଲାଣ

କେନ୍ଦୁଝର,୨୩।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଘଷିପୁରା ତହସିଲ ଅନ୍ତର୍ଗତ ନୂଆବରିପାଳ, ଓସ୍ତପୁରା ଓ ଭୋଳନୂଆଗାଁ ପଥର ଖଣିରେ ବେଆଇନଭାବେ ପଥର ଚୋରାଚାଲାଣ ହେଉଛି। ନୀତିନିୟମ,...

କଳାବଜାରୀ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଚଢ଼ାଉ

ଭଦ୍ରକ, ୨୩।୧୦(ସନାତନ ରାଉତ)- ସମ୍ଭାବ୍ୟ ବାତ୍ୟା ପାଇଁ ଆଳୁ, ପିଆଜ, ପରିବା ଦରରେ କଳାବଜାରୀ ଓ ଚଢ଼ା ଦରରେ ବିକ୍ରି ରୋକିବା ପାଇଁ ପ୍ରଶାସନ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri