ବୀରମିତ୍ରପୁରରେ ବିଜେଡିର ବିଜୟ

ସୁନ୍ଦରଗଡ଼/କୁଆଁରମୁଣ୍ଡା, ୨୬।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ପୌର ନିର୍ବାଚନ ଫଳାଫଳ ଆସିବା ଆରମ୍ଭ ହୋଇଯାଇଛି। ଇତିମଧ୍ୟରେ ବୀରମିତ୍ରପୁର ପୌର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ବୀରମିତ୍ରପୁର ପୌରପରିଷଦରେ ବିଜେଡି ପ୍ରାର୍ଥୀ ସନ୍ଦୀପ ମିଶ୍ର ପୌରାଧ୍ୟକ୍ଷ ଭାବେ ନିର୍ବାଚତ ହୋଇଛନ୍ତି।

ଏପରି କି ବୀରମିତ୍ରପୁରର ୧୧ଟି ଓ୍ବାର୍ଡ ମଧ୍ୟରୁ ୯ଟିରେ ବିଜେଡି ବିଜୟୀ ହୋଇଥିବା ବେଳେ ଅନ୍ୟ ୨ଟି ଓ୍ବାର୍ଡରେ ଭାଜପା ଏବଂ କଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।