ବିଜେଡି ସରକାର ସବୁଜ ପତ୍ରିକାଧାରୀଙ୍କୁ ପ୍ରତାରଣା କରିଛନ୍ତି : ଭାଜପା

ଭୁବନେଶ୍ୱର,୩୦।୭ (ଅନିଲ ଦାସ): ଦେଶରେ ଦ୍ରୁତ ଜନସଂଖ୍ୟା ବୃଦ୍ଧିକୁ ରୋକିବା ପାଇଁ ଦେଶବାସୀଙ୍କ ସହଯୋଗରେ ୧୯୮୩ରେ ‘ଆମେ ଦୁଇ, ଆମର ଦୁଇ’ର ନାରା ଦେଇ ତତ୍କାଳୀନ ସରକାର ସବୁଜ ପତ୍ରିକା ଆରମ୍ଭ କରିଥିଲେ । ବିଭିନ୍ନ ସାମାଜିକ ପ୍ରତିବନ୍ଧକ ଓ ପରିବାର ଲୋକଙ୍କ ଆକଟକୁ ଭ୍ରୂକ୍ଷେପ ନ କରି ମା’ ଓ ଭଉଣୀମାନେ ମାତୃତ୍ୱକୁ ବଳିଦେବାକୁ ସ୍ଥିର କରି ଗର୍ଭ ନିରୋଧ ଅସ୍ତ୍ରୋପଚାର କରିଥିଲେ । ଏହି ଯୋଜନାକୁ ସଫଳ କରିବା ପାଇଁ ଏବଂ ଅସ୍ତ୍ରୋପଚାର ହେଉଥିବା ମହିଳାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସବୁଜ ପତ୍ରିକାଧାରୀଙ୍କୁ ବିଭିନ୍ନ ସୁବିଧା ସୁଯୋଗ ମିଳିବାର ପ୍ରତିଶ୍ରୁତି ଦିଆଯାଇଥିଲା । ଏହି ଯୋଜନା ସୁରୁଖୁରୁରେ ଚାଲିଥିବା ବେଳେ ରାଜ୍ୟ ସରକାର ୨୦୧୨ରେ ଏହାକୁ ହଠାତ୍‌ ବନ୍ଦ କରିଦେବା ସହିତ ମିଳୁଥିବା ସମସ୍ତ ସୁବିଧା ସୁଯୋଗକୁ ମଧ୍ୟ ବନ୍ଦ କରିଦେଲେ । ବନ୍ଦ କରାଯାଇଥିବା ଏହି ଯୋଜନାକୁ ପୁନଃ କାର୍ଯ୍ୟକାରୀ କରାଯିବା ଦାବିରେ ସବୁଜ ପତ୍ରିକାଧାରୀ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଥିଲେ ବି ରାଜ୍ୟ ସରକାର କର୍ଣ୍ଣପାତ ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ କହିଛନ୍ତି ।
ଓଡ଼ିଶା ସବୁଜ ପତ୍ରିକା ମହିଳା ମହାସଂଘର ରାଜ୍ୟ ସଭାପତି ପ୍ରଭାକର ମହାପାତ୍ରଙ୍କ ନେତୃତ୍ୱରେ ସଂଘର ସମସ୍ତ ଜିଲା ସଭାନେତ୍ରୀ, ସମ୍ପାଦକ ଓ କୋଷାଧ୍ୟକ୍ଷମାନଙ୍କ ଏକ ପ୍ରତିନିଧି ଦଳ ଶନିବାର ରାଜ୍ୟ ଭାଜପା କାର୍ଯ୍ୟାଳୟ ଠାରେ ସଭାପତିଙ୍କୁ ଭେଟି ତାଙ୍କ ଦାବି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ସବୁଜ ପତ୍ରିକାଧାରୀ ପରିବାରଙ୍କୁ ରାଜ୍ୟ ସରକାର କିମ୍ବା ଗୃହ ନିର୍ମାଣ ସଂସ୍ଥା ଦ୍ୱାରା ନିର୍ମିତ ଗୃହଗୁଡ଼ିକ ମଧ୍ୟରୁ ଶତକଡା ୫ ପ୍ରତିଶତ ଗୃହ ଯୋଗାଇ ଦିଆଯିବ, ଘରଡିହ ନ ଥିବା ପରିବାରକୁ ୪ ଡିସିମିଲ ପରିବର୍ତ୍ତେ ୮ ଡିସିମିଲ ଭୂମି ବିନା ମୂଲ୍ୟରେ ଯୋଗାଇ ଦିଆଯିବ, ନିମ୍ନ ଆୟ ବା ମଧ୍ୟମ ଆୟ ଗୋଷ୍ଠୀର ଲୋକଙ୍କୁ ଦିଆଯାଉଥିବା ଗୃହ ନିର୍ମାଣ ଋଣରୁ ଶତକଡା ୫ ପ୍ରତିଶତ ସବୁଜ ପତ୍ରିକାଧାରୀ ପରିବାର ପାଇଁ ସଂରକ୍ଷଣ ରହିବ, ମେଡିକାଲ, ଇଞ୍ଜିନିୟରିଂ, ପଲିଟେକ୍‌ନିକ ଓ ଆଇଟିଆଇ ପ୍ରଭୃତି ଶିକ୍ଷାନୁଷ୍ଠାନଗୁଡ଼ିକରେ ଶତକଡା ୫ ପ୍ରତିଶତ ସ୍ଥାନ ସବୁଜ ପତ୍ରିକାଧାରୀ ପରିବାରର ପିଲାଙ୍କ ପାଇଁ ସଂରକ୍ଷଣ ରହିବ, ଏହି ଦମ୍ପତିଙ୍କ ମଧ୍ୟରୁ ସ୍ତ୍ରୀ କିମ୍ବା ସ୍ବାମୀ ରାଜ୍ୟ ସରକାରଙ୍କ କର୍ମଚାରୀ ହୋଇଥିଲେ ତାଙ୍କ ଦରମାର ୨ଟି ଇନ୍‌କ୍ରିମେଣ୍ଟର ସମତୁଲ ପ୍ରୋତ୍ସାହନ ଭତ୍ତା ମିଳିବ, ସବୁଜ ପତ୍ରିକାଧାରୀମାନଙ୍କ ପାଇଁ ୧୦ ହଜାର ଏକ ବାର୍ଷିକ ଲଟେରିର ସୁଯୋଗ ଅସ୍ତ୍ରୋପଚାର ହେବାଠାରୁ ୫ବର୍ଷ ପର୍ଯ୍ୟନ୍ତ ଉନ୍ମୁକ୍ତ ରହିବ, କିନ୍ତୁ ଏହି ଲଟେରିରେ ପତ୍ରିକାଧାରୀ ଥରେ ବିଜୟୀ ହେଲେ ପରବର୍ତ୍ତୀ ଲଟେରି ପାଇଁ ତାଙ୍କ ନାମ ରହିବ ନାହିଁ ଏଭଳି ପ୍ରୋତ୍ସାହନ ଦେବାର ବ୍ୟବସ୍ଥା ସରକାର କରିଥିଲେ। ମାତ୍ର ସେସବୁରୁ ସବୁଜ ପତ୍ରିକାଧାରୀମାନଙ୍କୁ ବଞ୍ଚିତ କରାଯାଇଛି। ରାଜ୍ୟ ସରକାର ମହିଳା ସଶକ୍ତୀକରଣ ନାଁରେ ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ଏଠି ସବୁଜ ପତ୍ରିକାଧାରୀ ନ୍ୟାୟ ପାଇଁ ଆନ୍ଦୋଳନ କରୁଥିଲେ ବି ନବୀନବାବୁ କୌଣସି ପଦକ୍ଷେପ ନ ନେବା ମହିଳାଙ୍କ ପ୍ରତି ଅବହେଳାକୁ ସ୍ପଷ୍ଟ ପ୍ରମାଣିତ କରୁଛି । ବିଜେଡି ସରକାର ସବୁଜ ପତ୍ରିକାଧାରୀ ମା’ମାନଙ୍କ ପ୍ରତି ପ୍ରତାରଣା କରିଛନ୍ତି ବୋଲି ମନମୋହନ କହିଛନ୍ତି । ଏହି ଅବସରରେ ରାଜ୍ୟ ଭାଜପା ଉପସଭାନେତ୍ରୀ ପ୍ରଭାତୀ ପରିଡା, ରାଜ୍ୟ ସମ୍ପାଦିକା ପିଙ୍କି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri