ବିଜେଡି ମୁଖପାତ୍ରଙ୍କ ଅବସ୍ଥା ମିଛୁଆ ରାଧୁଆ ଭଳି ହେବ: ପୃଥ୍ବୀରାଜ

ଭୁବନେଶ୍ୱର, ୨୯ା୮(ସୁନିତ୍‌ ମିଶ୍ର): ବିଜେଡି ମୁଖପାତ୍ରଙ୍କ ଅବସ୍ଥା ମିଛୁଆ ରାଧୁଆ ଭଳି ହେବ । ସେ ଏତେ ମିଛ କହିଲେଣି ଯେ, ଆଗକୁ ସତ କହିଲେ ବି କେହି ବିଶ୍ୱାସ କରିବେ ନାହିଁ । କେବଳ ନିଜର ଗୁମାସ୍ତାଙ୍କୁ ଖୁସି କରିବା ପାଇଁ ସେ କପୋଳକଳ୍ପିତ ଗଳ୍ପ କହୁଛନ୍ତି ଓ ପାଗଳର ପ୍ରଳାପ କରୁଥିବା ଭାଜପା ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।
ପୃଥ୍ବୀରାଜ ଟୁଇଟ୍‌ ଜରିଆରେ ବିଜେଡି ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ରଙ୍କୁ ଟାର୍ଗେଟ କରି କହିଛନ୍ତି, ଶାସକ ଦଳର ନେତା ଓ କର୍ମୀ ଗୁଣ୍ଡାଗର୍ଦ୍ଦିର କେଉଁ ସୀମାକୁ ଯାଆନ୍ତି, ତାକୁ ରାଜ୍ୟ ସାରା ଦେଖୁଛନ୍ତି। ଆପଣ ତ ସେହି ଗୋଟିଏ ଲାଉର ମଞ୍ଜି, ସବୁ ସତ ଜାଣିଲା ପରେ ବି ଚୁପ୍‌ ରହିବାକୁ ବାଧ୍ୟ ହେଉଛନ୍ତି। ଆମେ ଆପଣଙ୍କ ଅବସ୍ଥା କ’ଣ ବୁଝିପାରୁଛୁ। ଆଜି ଆମ ନେତା ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ଅଗଣତାନ୍ତ୍ରିକ ବ୍ୟବସ୍ଥାକୁ ନେଇ ଯେଉଁ କଥା କହିଛନ୍ତି ଆପଣ ଥରେ ନିଜ ମନକୁ ପଚାରନ୍ତୁ। ସେ ଠିକ କହିଲେ ନା ଭୁଲ୍‌ କହିଲେ ଚିନ୍ତା କରନ୍ତୁ। ଆପଣଙ୍କ ଦଳ ଯାହାଙ୍କୁ ପାର୍ଟିରୁ ସସ୍‌ପେଣ୍ଡ କରେ, ତାଙ୍କୁ ପରେ ଦଳରେ ରଖେ।

Share