Categories: ଜାତୀୟ

ୟୁପିରେ ଭାଜପା ୨୬୦ ପ୍ଲସ

ନୂଆଦିଲ୍ଲୀ,୧୦।୩: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭାଜପା ସରକାରକୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ସ୍ପଷ୍ଟ ବହୁମତ ମିଳିବାକୁ ଯାଉଛି। ଭୋଟ ଗଣତିର ଚତୁର୍ଥ ରାଉଣ୍ଡ ସୁଦ୍ଧା ୨୬୦ରୁ ଅଧିକ ଆସନରେ ଆଗୁଆ ଅଛି ଭାଜପା। ଆଶାନୁଯାୟୀ, ଭାଜପାକୁ କଡ଼ା ଟକ୍କର ଦେଇଛି ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି। ହେଲେ ଏପର୍ଯ୍ୟନ୍ତ ସପା ୧୨୪ ଆସନରେ ଅଛି। ଅନ୍ୟପକ୍ଷରେ ମୟାବତୀଙ୍କ ବିଏସ୍‌ପି ଏବଂ କଂଗ୍ରେସ ଯଥାକ୍ରମେ ୬ ଓ ୬ ଆସନରେ ଆଗୁଆ ଅଛନ୍ତି। ଉଲ୍ଲେଖଯୋଗ୍ୟ, ୪୦୩ ଆସନ ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭାରେ ସରକାର ଗଢ଼ିବା ପାଇଁ ୨୦୨ ବିଧାୟକ ଦରକାର।

Share