Categories: ଜାତୀୟ

ବିଧାନ ପରିଷଦର ୧୧ ସିଟ୍‌ରୁ ଭାଜପା ମେଣ୍ଟର ୯ ବିଜୟ

ମୁମ଼୍ବାଇ, ୧୨।୦୭: ଭାରତୀୟ ଜନତା ପାର୍ଟିର ମେଣ୍ଟ ମହାରାଷ୍ଟ୍ରରେ ହୋଇଥିବା ବିଧାନ ପରିଷଦ ନିର୍ବାଚନର ୧୧ ଆସନରୁ ୯ଟିରେ ବିଜୟ ହାସଲ କରିଛି । ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଶିବ ସେନା, ଏନ୍‌ସିପିର ଉପ-ମୁଖ୍ୟମନ୍ତ୍ରୀ ଅଜିତ୍‌ ପାୱାର ଏବଂ ଭାଜପା ମିଳିତ ଭାବେ ଏହି ବିଜୟ ହାସଲ କରିଛନ୍ତି । ଲୋକସଭା ନିର୍ବାଚନରେ ମେଣ୍ଟ ସେତେଟା ଭଲ ପ୍ରଦର୍ଶନ କରିନଥିବା ବେଳେ ବିଧାନ ପରିଷଦ ନିର୍ବାଚନରେ ୧୧ରୁ ୯ ସିଟ୍‌ ହାତେଇବାକୁ ସକ୍ଷମ ହୋଇଛି ।

ଭାଜପା ନେତା ପଙ୍କଜ ମୁଣ୍ଡେ, ପରିଣୟ ଫୁକେ ଏବଂ ଯୋଗେସ ତିଲେକରଙ୍କୁ ୨୬ ଟି ଲେଖାଏଁ ଭୋଟ ମିଳିଛି । ପାୱାରଙ୍କ ଦଳରୁ ରାଜେଶ ଭିଟେକାର ଏବଂ ଶିବାଜୀରାଓ ଗାର୍ଜେ ଏହି ନିର୍ବାଚନରେ ବିଜୟ ହାସଲ କରିଛନ୍ତି । ଅନ୍ୟପଟେ ଶିନ୍ଦେ ସେନାର ଭବନ ଗ଼୍ବାଲି ମଧ୍ୟ ନିର୍ବାଚନ ଜିତିଛନ୍ତି । ଅନ୍ୟପଟେ ବିରୋଧୀ ଦଳ କଂଗ୍ରେସ, ଉଦ୍ଧବ ଗୋଷ୍ଠୀ ଶିବସେନା ଏବଂ ଏନ୍‌ସିପିର ମେଣ୍ଟ ମହା ବିକାଶ ଅଗାଡ଼ି, ଉଦ୍ଧବ ଠାକ୍‌ରେ ଏବଂ ଶରଦ ପାୱାରଙ୍କ ନେତୃତ଼୍ବରେ ୩ ଟି ଆସନ ହାତେଇବାକୁ ସକ୍ଷମ ହୋଇଛି ।

Share