ନୂଆଦିଲ୍ଲୀ,୧୮।୭: ଭାଜପା ପକ୍ଷରୁ ଏକ ନ୍ୟୁଜ୍ ଓ୍ବେବସାଇଟ୍ ବିରୋଧରେ ଷଡ଼ଯନ୍ତ୍ର ଅଭିଯୋଗ ଅଣାଯାଇଛି। ନ୍ୟୁଜ୍ ଓ୍ବେବସାଇଟ୍ ‘ନ୍ୟୁଜ୍ କ୍ଲିକ୍’ ଦେଶ ବିରୋଧୀ କାର୍ଯ୍ୟ କରିବା ସହିତ ବିଦେଶରୁ ୩୦ କୋଟି ଟଙ୍କାର ପାଣ୍ଠି ସଂଗ୍ରହ କରିଥିବା ଭାଜପାର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଅଭିଯୋଗ କରିଛନ୍ତି। ଭାରତକୁ ବଦନାମ କରିବା ଲାଗି ଏହି ନ୍ୟୁଜ୍ ଓ୍ବେବସାଇଟ୍ ଅନ୍ତର୍ଜାତୀୟସ୍ତରରେ ଷଡ଼ଯନ୍ତ୍ର ରଚିଥିବା ସେ କହିଛନ୍ତି। ଏକ ଗଣମାଧ୍ୟମ ପ୍ରତିନିଧି ସମ୍ମିଳନୀରେ ସମ୍ବିତ ଏସମ୍ପର୍କରେ ସୂଚନା ଦେଇଛନ୍ତି। କରୋନା ମହାମାରୀ ସଙ୍କଟ ବିରୋଧରେ ଭାରତରେ ଜାରି ରହିଥିବା ସାର୍ବଜନୀକ ଟିକାକରଣ ଏବଂ ଦେଶର ଭାକ୍ସିନ ନୀତିକୁ ବିଦେଶରେ ପ୍ରଶଂସା କରାଯାଉଛି। ଏପରିସ୍ଥଳେ ଏହି ନ୍ୟୁଜ୍ ଓ୍ବେବ୍ସାଇଟ୍ ଭାକ୍ସିନ୍ ନୀତିକୁ ନେଇ ଭାରତ ବିରୋଧରେ ପ୍ରଚାର କରୁଥିବା ସେ କହିଛନ୍ତିି।
Posted inଜାତୀୟ