Categories: ଜାତୀୟ

ଭାଜପା କରୁଛି କେବଳ ଅଭିନୟ: ଉଦ୍ଧବ-ସଞ୍ଜୟ…

ମୁମ୍ବାଇ,୧।୭ : ମହାରାଷ୍ଟ୍ରର ବୁଲଢାଣାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ବସ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩୪ ସାଧାରଣ ନାଗରିକ ଜରବନ୍ତ ଦଗ୍ଧ ହୋଇଯାଇଛନ୍ତି। ଗୋଟିଏ ପଟେ ଲୋକମାନେ ଶୋକସନ୍ତପ୍ତ ଥିବାବେଳେ ରାଜନୈତିକ କରିଡରରେ ଏନେଇ ଆଲୋଡ଼ନ ଆରମ୍ଭ ହୋଇଛି।

ବସ ଦୁର୍ଘଟଣା ନେଇ ରାଜନୈତିକ ଉତ୍ତାପ ବଢ଼ିବାରେ ଲାଗିଛି। ଉଦ୍ଧବ ଠାକରେ ଦଳ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ଏହାକୁ ନେଇ ସରକାରଙ୍କୁ ଘେରିବା ଆରମ୍ଭ ହୋଇଛି। ସେମାନେ କହିଛନ୍ତି ସମୃଦ୍ଧି ଏକ୍ସପ୍ରେସୱେରେ ଦୁର୍ଘଟଣାକୁ ରୋକିବା ପାଇଁ ସରକାର କିଛି କରୁନାହାଁନ୍ତି। ସରକାରଙ୍କ ଅବହେଳା ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ସରକାର କେବଳ ଅଭିନୟ କରୁଛନ୍ତି। ସରକାରଙ୍କ ଏଭଳି ନାଟକର କଡ଼ା ଜବାବ ରାଜ୍ୟର ଜନସାଧାରଣ ଦେବେ।

ଉଦ୍ଧବ ଠାକରେ ଶନିବାର ମୃତକଙ୍କଜ ପାଇଁ ଶୋକ ବ୍ୟକ୍ତ କରିଛନ୍ତି। ଏଭଳି ଘଟଣାରେ ସରକାରଙ୍କ ଆଖି ଖୋଲିବା ଉଚିତ କାରଣ ଏହି ଏକ୍ସପ୍ରେସୱେ ଖୋଲିବା ଦିନଠାରୁ ୩୦୦ ରୁ ଅଧିକ ଲୋକଙ୍କ ଜରବନ ଗଲାଣି।

ଉଦ୍ଧବ ଠାକରେ ଦଳର ନେତା ତଥା ସାଂସଦ ସଞ୍ଜୟ ରାଉତ କହିଛନ୍ତି ,ଭାଜପା ସରକାରଙ୍କ ଅଭିନୟ ଆଉ ଚଳିବ ନାହିଁ । ଅତୀତରେ ମଧ୍ୟ ଏହି ରାସ୍ତାରେ ଅନେକ ଦୁର୍ଘଟଣା ଘଟିଛି, କିନ୍ତୁ ସରକାର ଏଥିପ୍ରତି ଧ୍ୟାନ ଦେଉ ନାହାଁନ୍ତି। ଲୋକଙ୍କ ଜୀବନ ଗଲେ ବି ସରକାରଙ୍କ ଉପରେ ଏହାର କିଛି ପ୍ରଭାବ ଅନୁଭୁତ ହେଉ ନାହିଁ।
ଆମେ ମହାରାଷ୍ଟ୍ରରେ ନିୟମିତ ନିର୍ବାଚନ ଦାବି କରୁଛୁ, କିନ୍ତୁ ଭାଜପା ଏହାକୁ ଭୟ କରୁଛି। ୟୁନିଫର୍ମ ସିଭିଲ କୋଡ ଉପରେ ରାଉତ କହିଛନ୍ତି ଏହାର ଡ୍ରାଫ୍ଟ ଏପର୍ଯ୍ୟନ୍ତ ଆସିନାହିଁ। ଡ୍ରାଫ୍ଟ ରିଲିଜ ହେବା ପରେ ଆମେ ଏହା ବିଷୟରେ ଚିନ୍ତା କରିବୁ।

Share