Categories: ଜାତୀୟ

ପଶ୍ଚିମବଙ୍ଗରେ ଭାଜପା କାର୍ଯ୍ୟକର୍ତ୍ତାଙ୍କ ଆତ୍ମହତ୍ୟା

କୋଲକତା,୧।୪: ପଶ୍ଚିମବଙ୍ଗ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଆଜି ଅନୁଷ୍ଠିତ ହେଉଥିବାବେଳେ ଏକ ଦୁଃଖଖବର ସାମ୍ନାକୁ ଆସିଛି। ଏଠାରେ ଜଣେ ଭାଜପା କାର୍ଯ୍ୟକର୍ତ୍ତା ଆତ୍ମହତ୍ୟା କରିଛନ୍ତି। ସେ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ ତାହା ଏବେ ସ୍ପଷ୍ଟ ହୋଇ ନ ଥିବାବେଳେ ଭାଜପା ତୃଣମୂଳ କଂଗ୍ରେସ ଉପରେ ଦୋଷ ଲଦିଛି। ଟିଏମ୍‌ସି ଚାପରେ ଦଳର କାର୍ଯ୍ୟକର୍ତ୍ତା ଆତ୍ମହତ୍ୟା କରିଥିବା ଭାଜପା କହିଛି। ସୂଚନାଯୋଗ୍ୟ, ଏଥର ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଛି। ପ୍ରଥମ ପର୍ଯ୍ୟାୟ ସରିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଆଜି ହେଉଛି।

Share