ପୋଲିସ ବିରୋଧରେ ଗର୍ଜିଲା ଭାଜପା

ଭୁବନେଶ୍ୱର, ୧୪।୭(ବ୍ୟୁରୋ): ଦୀର୍ଘ କିଛିଦିନ ଧରି ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅନ୍ତର୍ଗତ ଉତୁକୁଡା ଗ୍ରାମ ପଞ୍ଚାୟତରେ ରାଜନୈତିକ ହିଂସା ଲାଗିରହିଛି। ଏହି ହିଂସାରେ ପଞ୍ଚାୟତର ମହିଳାମାନେ ଶିକାର ହୋଇଛନ୍ତି ା ବିଜେଡି ସମର୍ଥକମାନେ ତଥା କର୍ମକର୍ତ୍ତାମାନେ ଗ୍ରାମର ମହିଳାଙ୍କ ଉପରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଚାଲିଛନ୍ତି ା ଉକ୍ତ ଘଟଣାର ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ମୁଖପାତ୍ର ସୋନାଲି ସାହୁ ଓ ଭଦ୍ରକ ଜିଲାର ସଭାପତି ହେମନ୍ତ ନନ୍ଦ, ବଦ୍ରି ନାରାୟଣ ଧଳ, ଜିଲା ସମ୍ପାଦକ ଅଭିମନ୍ୟୁ ସେଠୀ, ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମନସ୍ମିତା ଖୁଣ୍ଟିଆଙ୍କୁ ନେଇ ଗଠିତ ତଦନ୍ତକାରୀ ଟିମ୍‌ ୧୦ ତାରିଖରେ ଉକ୍ତ ପଞ୍ଚାୟତକୁ ଗସ୍ତ କରି ଘଟଣାର ସରଜମିନ ତଦନ୍ତ କରିଥିଲେ ା ଉକ୍ତ ପଞ୍ଚାୟତକୁ ଯିବା ବାଟରେ ଅନେକ ସ୍ଥାନରେ ଶତାଧିକ ମହିଳା ବିଜେଡି ଗୁଣ୍ଡାମାନଙ୍କ ଦ୍ୱାରା ହିଂସାର ଶିକାର ହୋଇଥିବା ଘଟଣା ପ୍ରତିନିଧି ଦଳକୁ ଜଣାଇବା ସହ ପୋଲିସର ନିଷ୍କ୍ରିୟତା ବିଷୟରେ ଅବଗତ କରାଇଥିଲେ ବୋଲି ଭାଜପା ମହିଳା ମୋର୍ଚ୍ଚା ସଭାପତି କହିଛନ୍ତି। ଭାଜପା ପ୍ରତିନିଧି ଦଳ ଉତୁକୁଡା ପଞ୍ଚାୟତ ବୁରୁଜାଲ ଗ୍ରାମରେ ପହଞ୍ଚି ଶତାଧିକ ମହିଳାଙ୍କୁ ଭେଟି ହିଂସାକାଣ୍ଡର ତଥ୍ୟ ସଂଗ୍ରହ କରିଛି ା ଯଦି ୪୮ ଘଣ୍ଟା ଭିତରେ ସମ୍ପୃକ୍ତ ଆଇଆଇସିଙ୍କ ବିରୋଧରେ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ନିଆ ନ ଯାଏ ତେବେ ମହିଳା ମୋର୍ଚ୍ଚା ଏ ଘଟଣାକୁ ନେଇ ରାଜ୍ୟ ମାନବାଧିକାର କମିଶନଙ୍କ ପାଖରେ ଫେରାଦ ହେବ ବୋଲି ସ୍ମୃତି ଚେତାବନୀ ଦେଇଛନ୍ତି।

Share