Posted inଜାତୀୟ

ଭାଜପା-ଏଆଇଏଡିଏମକେ ଫାଟ ବଢ଼ିଲା…

ଚେନ୍ନାଇ,୧୩।୬ : ତାମିଲନାଡୁ ଭାଜପା ସଭାପତି କେ. ଅନ୍ନାମଲାଇଙ୍କ ସଦ୍ୟତମ ବିବୃତ୍ତି ଦକ୍ଷିଣରେ ନିଜର ପାଦକୁ ସୁଦୃଢ଼ କରିବା ପାଇଁ ଭାଜପାର ଉଦ୍ୟମକୁ ବଡ଼ ଝଟକା ଦେଇପାରେ। ବାସ୍ତବରେ, ଅନ୍ନାମଲାଇ ଦେଇଥିବା ସାକ୍ଷାତକାରରେ ପରୋକ୍ଷରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସହଯୋଗୀ ଏଆଇଏଡିଏମକେର ପୂର୍ବତନ ଅଧ୍ୟକ୍ଷା ଜେ. ଜୟଲଳିତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି। ଆନ୍ନାମଲାଇଙ୍କ ବିବୃତ୍ତି ନେଇ ସହଯୋଗୀ ଏଆଇଏଡିଏମକେ ଅସନ୍ତୁଷ୍ଟ ହୋଇଛି । ଦଳ ମେଣ୍ଟ ଭାଙ୍ଗିବାକୁ ଧମକ ଦେଇଛି।

ଅସନ୍ତୋଷ ବ୍ୟକ୍ତ କରି ବରିଷ୍ଠ ଏଆଇଏଡିଏମକେ ନେତା ଡି . ଜୟକୁମାର କହିଛନ୍ତି ଅନ୍ନାମଲାଇ କୌଣସି ଦଳର ରାଜ୍ୟ ସଭାପତି ହେବା କୁ ଅଯୋଗ୍ୟ। ସେ ବୁଝି ବିଚାରି କହିବାର ଥିଲା। ଆମେ ଅନୁଭବ କରୁଛୁ ସେ ମିଳିତ ମେଣ୍ଟକୁ ଆଗକୁ ବଢ଼଼ାଇବାକୁ ଚାହୁଁନାହାଁନ୍ତି । ସେ ଚାହୁଁନାହାଁନ୍ତି ପ୍ରଧାନମନ୍ତ୍ରର ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ନିର୍ବାଚନରେ ଜିତନ୍ତୁ। ଅନାମଲାଇ ତାମିଲନାଡୁ ରାଜନୀତିର ଇତିହାସ ଜାଣନ୍ତି ନାହିଁ।

ଜୟକୁମାର କହିଛନ୍ତି ଆଜି ଯଦି ନିର୍ବାଚନ ଅନୁଷ୍ଠିତ ହେବ ତେବେ ଏଆଇଏଡିଏମକେ ନେତୃତ୍ୱାଧୀନ ମିଳିତ ମଞ୍ଚ ୩୦ଟି ଲୋକସଭା ଆସନ ଜିତିବାକୁ ସକ୍ଷମ। କର୍ନାଟକରେ ଭାଜପା ପକ୍ଷରୁ ଅନ୍ନାମଲାଇଙ୍କୁ ସହ-ପ୍ରଭାରୀ ଦାୟିତ୍ୱ ଦିଆଯାଇଥିଲା କିନ୍ତୁ ଦଳ ଜିତିବାରେ ବିଫଳ ହୋଇଥିଲା। ଜଣେ ମୃତ ବ୍ୟକ୍ତିଙ୍କ ଉପରେ ମନ୍ତବ୍ୟ ଦେବା ନିନ୍ଦନୀୟ। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଅନ୍ନାମଲାଇଙ୍କ ମନ୍ତବ୍ୟରେ ଲଭାମ ଦେବା ଉଚିତ। ଏପରି ନ ଆମ ଦଳ ମିଳିତ ମେଣ୍ଟ ଉପରେ ବିଚାର କରିବ।

ତାମିଲନାଡୁର ପାର୍ଟି ବିଦୁଥାଇ ଚିରୁଥାଇଗାଲ କାଚି ସଭାପତି ଥିରୁମାଭାଲାଭାନ ମଧ୍ୟ ଅନ୍ନାମଲାଇଙ୍କ ବିବୃତ୍ତିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଭାଜପା ଆମର ସହଯୋଗୀ ଏଆଇଏଡିଏମକେ ଏବଂ ପୂର୍ବତନ ସିଏମ ଜୟଲଳିତାଙ୍କୁ ସମାଲୋଚନା କରୁଛି। ଏହିପରି ବ୍ୟବହାର କରିବା ଠିକ ନୁହେଁ । ସେ ପୂର୍ବତନ ସିଏମଙ୍କ ସହିତ ତାମିଲନାଡୁକୁ ଅପମାନିତ କରୁଛନ୍ତି। ତାମିଲନାଡୁକୁ ସବୁଠାରୁ ଦୁର୍ନୀତିଗ୍ରସ୍ତ ବୋଲି ବର୍ଣ୍ଣନା କରିଥିବା ନେଇ ତିରୁମାଭାଲାଭାନ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଉତ୍ତର ଭାରତର ରାଜ୍ୟରେ ଭାଜପା ଶାସିତ ରାଜ୍ୟରେ କୌଣସି ଆଇନ ଶୃଙ୍ଖଳା ନାହିଁ। କିନ୍ତୁ ସେ ଜାଣିଶୁଣି ତାମିଲନାଡୁକୁ ଅପମାନିତ କରୁଛନ୍ତି।

ସୂଚନାଯୋଗ୍ୟ, ଏକ ଖବରକାଗଜକୁ ଦେଇଥିବା ଏକ ସାକ୍ଷାତକାରରେ କେ ଅନ୍ନାମଲାଇ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ ତାମିଲନାଡୁର ଅନେକ ସରକାର ଦୁର୍ନୀତିଗ୍ରସ୍ତ ଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତାମିଲନାଡୁ ହେଉଛି ଦେଶର ସବୁଠାରୁ ଦୁର୍ନୀତିଗ୍ରସ୍ତ ରାଜ୍ୟ ମଧ୍ୟରୁ ଗୋଟିଏ। ଅନ୍ନାମଲାଇଙ୍କ ବିବୃତ୍ତି ପୂର୍ବତନ ସିଏମ ଜୟଲଳିତାଙ୍କୁ ଟାର୍ଗେଟ କରାଯାଇଥିବା ବିବେଚନା କରାଯାଉଛି। ତାଙ୍କ ନାମ ବେଆଇନ ସମ୍ପତ୍ତି ମାମଲାରେ ଆସିଥିଲା କିନ୍ତୁ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପୂର୍ବରୁ ଜୟଲଳିତାଙ୍କ ଦେହାନ୍ତ ହୋଇଥିଲା।

କର୍ନାଟକରେ ପରାଜୟ ପରେ ଦକ୍ଷିଣ ଭାରତରୁ ଭାଜପା ପ୍ରାୟ ନିଜର ସ୍ଥିତି ହରାଇଛି। ତେବେ ଦଳ ଦକ୍ଷିଣରେ ନିଜର ସ୍ଥିତି ପ୍ରତିଷ୍ଠା କରିବାକୁ ଚେଷ୍ଟା କରିବା ଛାଡି ନାହିଁ। ନିକଟରେ ଅମିତ ଶାହା ତାମିଲନାଡୁ ଗସ୍ତରେ ଆସିଥିଲେ ଏବଂ ଏହି ସମୟରେ ସେ ରାଜ୍ୟରେ ୨୫ ଟି ଲୋକସଭା ଆସନ ଜିତିବାର ଲକ୍ଷ୍ୟ ରଖିଥିଲେ। ତେବେ ଯଦି ଅନ୍ନାମଲାଇଙ୍କ ବିବୃତ୍ତି ପରେ ଭାଜପା ସହିତ ଏଆଇଏଡିଏମକେର ମେଣ୍ଟ ଭାଙ୍ଗିଯାଏ, ତେବେ ଦକ୍ଷିଣରେ ପାଦ ଥାପିବା ପାଇଁ ଭାଜପାର ଉଦ୍ୟମକୁ ଏହା ଏକ ବଡ ଝଟକା ମିଳିପାରେ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟରେ ଯୋଗଦେଲେ ଜୁନିୟର ଡାକ୍ତର: ଓପିଡି କରିବେ ନାହିଁ, ୭ ଦିନ ପୁଣି ଅପେକ୍ଷା…

କୋଲକାତା,୨୧ା୯: କୋଲକାତାର ଆର୍‌.ଜି. କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ବଳତ୍କାର ଓ ହତ୍ୟା ଘଟଣାରେ ନ୍ୟାୟ ଦାବି କରି ୪୨ ଦିନ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନରେ...

ଆମେରିକାରେ ପହଞ୍ଚିଲେ ମୋଦି, ଦେଖାଇଲେ ଭାରତୀୟ ସଂସ୍କୃତି, ହାତଯୋଡି କଲେ ନମସ୍କାର…

ଓ୍ବାଶିଂଟଡ଼୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ତିନି ଦିନିଆ ଗସ୍ତରେ ଆମେରିକାରେ ପହଞ୍ଚିଛନ୍ତି। ଆମେରିକାରେ ପିଏମ ମୋଦି କ୍ୱାଡ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ।...

ରାହୁଲଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ : ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ…

ଜମ୍ମୁ,୨୧ା୯: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଭାଜପା ଏବଂ ଆର୍‌ଏସ୍‌ଏସ୍‌ର ନେତାମାନେ ଅପମାନଜନକ ମନ୍ତବ୍ୟ ଦେଉଛନ୍ତି। ତାଙ୍କୁ ଧମକ ଦିଆଯାଉଛି।...

ଆମେରିକାରେ ଭାରତୀୟ ଦୂତାବାସରେ ଜଣେ ଅଧିକାରୀଙ୍କ ରହସ୍ୟଜନକ ମୃତଦେହ ଉଦ୍ଧାର, ଦେଶରେ ଚହଳ

ଓ୍ବାଶିଂଟନ୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସେ ବାର୍ଷିକ ‘କ୍ୱାଡ’ ଶିଖର ସମ୍ମିଳନୀରେ ଯୋଗଦେବେ...

ଦିଲ୍ଲୀ ସରକାରର ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବାଣ୍ଟିଲେ ଆତିଶୀ, ନିଜ ପାଖରେ ରଖିଲେ ଶିକ୍ଷା-ଅର୍ଥ ସମେତ ୧୩ ବିଭାଗ

ନୂଆଦିଲ୍ଲୀ,୨୧।୯: ଦିଲ୍ଲୀ ସରକାର ରେ ଆଜି ନୂଆ ସରକାର ଶପଥ ଗ୍ରହଣ କରିଛନ୍ତି। ଦେଶର ସର୍ବକନିଷ୍ଠ ତଥା ଦିଲ୍ଲୀର ୩ୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ...

ମିଛ ପ୍ରଚାର କରୁଛି ଭାଜପା, ସତକୁ ସହି ପାରୁନାହିଁ, ମୁହଁ ଖୋଲିଲେ ରାହୁଲ

ନୂଆଦିଲ୍ଲୀ,୨୧।୯: ଲୋକ ସଭାରେ ବିରୋଧୀ ଦଳର ନେତା ତଥା ଉତ୍ତରପ୍ରଦେଶ ରାଏବରେଲିର କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଶିଖମାନଙ୍କ ଉପରେ ଦେଇଥିବା ବିବୃତ୍ତି...

ମୋଦି-ଶାହାଙ୍କ ସହ ଭଲ ନ ଥିଲା ଗଡକରୀଙ୍କ ସମ୍ପର୍କ! ଦେଖା ହେବା ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରାଉଥିଲେ…କହିଦେଲେ ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସେ ଖୋଲାଖେଶଲି କହିଛନ୍ତି କି, ଯେତେବେଳେ ସେ...

ଆତିଶୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବ ଭାଜପା, କାହିଁକି ଏମିତି କହିଲେ ଭାଜପା ଏମପି

ନୂଆଦିଲ୍ଲୀ,୨୧।୯: ଭାଜପା ଏମପି ମନୋଜ ତିୱାରୀ ଆତିଶୀଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସେ ରାଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri