Categories: ଜାତୀୟ

ବିହାରରେ ନୀତିଶଙ୍କୁ ଘେରିବାକୁ ଭାଜପାର ରଣନୀତି, ଏହି ନେତାଙ୍କୁ ଭେଟିଲେ ଅମିତ ଶାହା

ପାଟନା,୧୧।୭: ୨୪ ଲୋକସଭା ନିର୍ବାଚନ ପାଇଁ ଅଣ୍ଟା ଭିଡିଲାଣି ଭାଜପା। ଦେଶର ବିଭିନ୍ନ ରାଜ୍ୟ ସଭାପତି ଏବଂ ପ୍ରଭାରୀଙ୍କ ସହ ଘନଘନ ବୈଠକ କରୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ସେପଟେ ନୀତୀଶ କୁମାର ବିରୋଧୀଙ୍କୁ ଏକଜୁଟ କରିବାରେ ଲାଗି ପଡିଛନ୍ତି। ମହାରାଷ୍ଟ୍ର ରାଜନୀତିକୁ ଦୋହଲାଇଦେବା ଭଳି ବିହାରର ସମଦଶା ହେବ ବୋଲି ଭାଜପା କହି ଆସୁଛି। ସେଥିପାଇଁ ନୀତୀଶ କୁମାରଙ୍କ ଟାଣପଣକୁ ଦୁର୍ବଳ କରିବା ପାଇଁ ରଣନୀତି ପ୍ରସ୍ତୁତ କରିିଛି। ଏହି ପର୍ଯ୍ୟାୟରେ ଭାଜପାର ବରିଷ୍ଠ ନେତା ତଥା ଗୃହମନ୍ତ୍ରୀ ଅମିତ ଶାହା ବିହାରର ନେତା ନାଗମଣିଙ୍କୁ ଭେଟିଛନ୍ତି।

ଆଗାମୀ ଲୋକସଭା ନିର୍ବାଚନରେ ନୀତୀଶଙ୍କୁ ଘେରିବା ପାଇଁ ବିଜେପି ତାଙ୍କ ଲବ-କୁଶ ଅର୍ଥାତ କୁଶଓ୍ବା ସମୀକରଣଙ୍କୁ ହାତେଇବାକୁ ଚାହିଁଛିି। ଏହି କ୍ରମରେ ଅମିତ ଶାହା ପୂର୍ବତନ ମନ୍ତ୍ରୀ ତଥା ବିହାର ନେତା ନାଗମଣିଙ୍କୁ ନୂଆଦିଲ୍ଲୀରେ ଭେଟିଛନ୍ତି। ନାଗମଣିି ଗତ ବର୍ଷ ଶୋଶିଷ ଇନକିଲାବ ପାର୍ଟି ନାମକ ଏକ ନୂତନ ଦଳ ଗଠନ କରିଛନ୍ତି।

ବିହାରରେ ଜନସଂଖ୍ୟା ଦୃଷ୍ଟିରୁ ଯାଦବଙ୍କ ପରେ କୁଶୱା ସମ୍ପ୍ରଦାୟ ଅଧିବାସୀ ଦ୍ୱିତୀୟ ସ୍ଥାନରେ ଅଛନ୍ତିି। ଏମାନେ କୁର୍ମି ସମ୍ପ୍ରଦାୟର ଆସନ୍ତି। ଏହି ସମ୍ପ୍ରଦାୟଙ୍କ ଭୋଟ ହାତେଇବା ପାଇଁ ଭାଜପା ନିକଟରେି ସମ୍ରାଟ ଚୌଧୁରୀଙ୍କୁ ବିହାରର ପ୍ରଦେଶ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛି। ନାଗମଣି କୁଶୱା ସମ୍ପ୍ରଦାୟରୁ ଆସନ୍ତି। ତେଣୁ ନାଗମଣିଙ୍କ ସହ ମେଣ୍ଟ କରି ଭାଜପା କୁଶଓ୍ବାଙ୍କ ଭୋଟ ଜିତିବା ପାଇଁ ଯୋଜନା କରିଛି।

ଅମିତ ଶାହାଙ୍କ ସହ ସାକ୍ଷାତକାର ପରେ ନାଗମଣି ଗଣମାଧ୍ୟମକୁ କହିଛନ୍ତି, ଆଞ୍ଚଳିକ ଦଳମାନଙ୍କୁ ଏକାଠି କରି ଭାଜପା ରାଜ୍ୟରେ ମହାମେଣ୍ଟ କରିବ। ଏହାଦ୍ୱାରା ବିରୋଧି ସହ ପ୍ରତିଦ୍ୱନ୍ଦ୍ୱିତା କରିବା ସହଜ ହେବ। ସେ ଆହୁରି କହିଛନ୍ତି ଯେ, ନାଗାମଣିଙ୍କ ଶୋଷିତ ଇନକିଲାବ ପାର୍ଟି ଖୁବ ଶୀଘ୍ର ଏନଡିଏର ଏକ ଅଂଶ ହେବ।

Share