ତିର୍ତ୍ତୋଲ, ବାଲେଶ୍ୱର ଉପନିର୍ବାଚନ ଲାଗି ଭାଜପାର ଦାୟିତ୍ୱ ବଣ୍ଟନ

ଭୁବନେଶ୍ୱର, ୧ା୧୦(ବ୍ୟୁରୋ):ରାଜ୍ୟରେ ଖାଲି ହୋଇଥିବା ଦୁଇଟି ବିଧାନସଭା ଆସନ ତିର୍ତ୍ତୋଲ ଏବଂ ବାଲେଶ୍ୱର ଆସନରେ ଉପନିର୍ବାଚନ ନେଇ ନିର୍ବାଚନ ତାରିଖ ଘୋଷଣା ସରିଛି। ଆସନ୍ତା ନଭେମ୍ବର ୩ ତାରିଖରେ ନିର୍ବାଚନ ହେବାକୁ ଥିବାବେଳେ ବର୍ତ୍ତମାନଠାରୁ ସବୁ ରାଜନୈତିକ ଦଳଗୁଡ଼ିକ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି ବୁଧବାର ଏହି ଦୁଇ ଆସନ ପରିଚାଳନା ଦାୟିତ୍ୱ ଦଳର କେତେଜଣ ବରିଷ୍ଠ ନେତାଙ୍କ ହାତରେ ନ୍ୟସ୍ତ କରିଛନ୍ତି। ବାଲେଶ୍ୱର ଆସନରେ ଉପନିର୍ବାଚନ ପରିଚାଳନାର ମୁଖ୍ୟ ଦାୟିତ୍ୱ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କରିବାକୁ ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ମୟୁରଭଞ୍ଜ ଏମ୍‌ପି ବିଶେଶ୍ୱର ଟୁଡୁ, ଗୋଲକ ମହାପାତ୍ର, ବିଷ୍ଣୁ ସେଠୀ, ରଘୁନାଥ ମହାନ୍ତି, ପଦ୍ମଲୋଚନ ପଣ୍ଡା, ଜୟନାରାୟଣ ମହାନ୍ତି, ମୋହନ ମାଝି, ସୁକାନ୍ତ ନାୟକ, କାଳନ୍ଦୀ ସାମଲ, ଟଙ୍କଧର ତ୍ରିପାଠୀ, ସ୍ମୃତି ପଟ୍ଟନାୟକ, ଗୋବିନ୍ଦ ଦାଶ, ଅଜୟ କୁମାର ମିଶ୍ର ଏବଂ ଉମାକାନ୍ତ ମହାପାତ୍ରଙ୍କୁ ଦିଆଯାଇଛି। ସେହିପରି ତିର୍ତ୍ତୋଲ ଆସନର ଦାୟିତ୍ୱ ମଧ୍ୟ ଦଳର ବହୁ ବରିଷ୍ଠ ନେତାଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଛି। ପୃଥ୍ବୀରାଜ ହରିଚନ୍ଦନ, ଅପରାଜିତା ଷଡଙ୍ଗୀ, ସମୀର ଦେ, ନୟନ ମହାନ୍ତି, ପ୍ରକାଶ ମିଶ୍ର, ଭୃଗୁବକ୍ସି ପାତ୍ର, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଜୟନ୍ତ ଷଡଙ୍ଗୀ, ପ୍ରଭାତୀ ପରିଡ଼ା, ଇରାଶିସ୍‌ ଆଚାର୍ଯ୍ୟ, ସାରଦା ପ୍ରଧାନ, ବିଭୁ ତରାଇ, ଭୁବନମୋହନ ଜେନା, ପ୍ରକାଶ ବେହେରା, ଅମର ନାୟକ ଆଦିଙ୍କୁ ପ୍ରଦାନ କରାଯାଇଛି।

Share