ନୂଆଦିଲ୍ଲୀ,୧୫ ।୩: ପଞ୍ଜାବ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ପରେ ଏବେ ଆମ ଆଦମୀ ପାର୍ଟି(ଏଏପି)ର ଡିମାଣ୍ଡ ବଢିଯାଇଛି । ଦଳର ଦମଦାର ପ୍ରଦର୍ଶନକୁ ଦେଖି ଏବେ ହରିୟାଣାରେ ଶାସକ ଭାରତୀୟ ଜନତା ପାର୍ଟି(ଭାଜପା) ଓ ବିରୋଧି କଂଗ୍ରେସର କେତେଜଣ ନେତା ଏଏପିରେ ସାମିଲ ହେଉଛନ୍ତି । ତେଣୁ ଏବେ ପଞ୍ଜାବ ପରେ ଏଏପିର ନଜର ହରିୟାଣା ଉପରେ ବୋଲି କୁହାଯାଉଛି । ହରିୟାଣାରେ ହେବାକୁ ଯାଉଥିବା ପଞ୍ଚାୟତ ଓ ମହାନଗର ନିଗମ ନିର୍ବାଚନରେ ଏଏପି ପ୍ରାର୍ଥୀ ଦେବାକୁ ସ୍ଥିର କରି ସାରିଛି ।