Categories: ଜାତୀୟ

ରାଷ୍ଟ୍ରୀୟ ପଦାଧିକାରୀଙ୍କ ନାମ ଘୋଷଣା କଲା ଭାଜପା, ସଞ୍ଜୟ ବନ୍ଦି, ସୁନିଲ ବଂସଲଙ୍କୁ ଗୁରୁ ଦାୟିତ୍ୱ

ନୂଆଦିଲ୍ଲୀ,୨୯।୭: ଭାରତୀୟ ଜନତା ପାର୍ଟି(ଭାଜପା) ଶନିବାର ରାଷ୍ଟ୍ରୀୟ ପଦାଧିକାରୀଙ୍କ ନାମ ଘୋଷଣା କରିଛି। ସଞ୍ଜୟ ବନ୍ଦି ଓ ସୁନିଲ ବଂସଲଙ୍କୁ ରାଷ୍ଟ୍ରୀୟ ମହାସଚିବ ପଦ ଦିଆଯାଇଛି। ଏହାସହ ଗୋରଖପୁରର ପୂର୍ବତନ ବିଧାୟକ ରାଧା ମୋହନ ଅଗ୍ରଓ୍ବାଲଙ୍କୁ ବି ମହାସଚିବ ଭାବେ ନିଯୁକ୍ତ କରାଯାଇଛି।

ଲୋକ ସଭା ନିର୍ବାଚନ ପାଇଁ ଭାଜପାର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ତାଙ୍କ ଦଳ ଘୋଷଣା କରିଛନ୍ତି। ଶନିବାର ଅର୍ଥାତ୍‌ ଜୁଲାଇ ୨୯ରେ ନଡ୍ଡା ଦଳର କେନ୍ଦ୍ରୀୟ କାର୍ଯ୍ୟାଳୟର ତାଲିକା ପ୍ରକାଶ କରିଛନ୍ତି। ନଡ୍ଡାଙ୍କ ଦଳରେ ନୂଆ ଏବଂ ପୁରୁଣା ଚେହେରା ସାମିଲ କରାଯାଇଛି। ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ ଏବଂ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ କରାଯାଇଛି।

Share