Categories: ଜାତୀୟ

ଉତ୍ତର ପ୍ରଦେଶ, ବିହାର ରାଜ୍ୟ ସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା, ସୁଶୀଲ ମୋଦିଙ୍କୁ ମିଳିଲାନି ଟିକେଟ

ନୂଆଦିଲ୍ଲୀ,୧୧।୨: ଉତ୍ତର ପ୍ରଦେଶ, ବିହାରରୁ ରାଜ୍ୟ ସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି(ଭାଜପା)। ଏଥର ସୁଶୀଲ ମୋଦିଙ୍କୁ ଟିକେଟ ମିଳିନାହିଁ। ଉତ୍ତର ପ୍ରଦେଶ ପକ୍ଷରୁ ଆରପିଏନ ସିଂ, ଚୌଧୁରୀ ତେଜବୀର ସିଂ, ସାଧନା ସିଂ, ଅମରପାଲ ମୌର୍ଯ୍ୟ, ସଂଗୀତା ବଲୱନ୍ତ, ନବୀନ ଜୈନ ଏବଂ ସୁଧାଂଶୁ ତ୍ରିବେଦୀଙ୍କୁ ଟିକେଟ ଦିଆଯାଇଛି। ପ୍ରଦେଶ ଅଧ୍ୟକ୍ଷ ମହେନ୍ଦ୍ର ଭଟ୍ଟଙ୍କ ନାମ ଘୋଷଣା କରାଯାଇଛି। ଯେଉଁଠି ବିହାରରୁ ଧର୍ମଶିଳା ଗୁପ୍ତା ଏବଂ ଭୀମ ସିଂଙ୍କୁ ରାଜ୍ୟ ସଭା ପ୍ରାର୍ଥୀ କରାଯାଇଛି। ଏଥର ସୁଶୀଲ କୁମାର ମୋଦିଙ୍କ କାର୍ଡ ସଫା ହୋଇଯାଇଛି।

ଧର୍ମଶାଳା ଗୁପ୍ତା ବିହାର ଭାଜପା ମହିଳା ମୋର୍ଚ୍ଚାର ସଭାପତି। ଭୀମ ସିଂ ବର୍ତ୍ତମାନ ବିହାର ରାଜ୍ୟର ମୁଖପାତ୍ର ଏବଂ ବିହାର ଭାଜପାର ରାଜ୍ୟ ଉପାଧ୍ୟକ୍ଷ ମଧ୍ୟ ଅଛନ୍ତି। ପଶ୍ଚିମବଙ୍ଗରେ ସାମିକ ଭଟ୍ଟାଚାର୍ଯ୍ୟ ଏବଂ ଛତିଶଗଡ଼ରେ ରାଜା ଦେବେନ୍ଦ୍ର ପ୍ରତାପ ସିଂଙ୍କୁ ରାଜ୍ୟ ସଭା ପ୍ରାର୍ଥୀ କରିଛନ୍ତି। ଭାଜପା ହରିୟାଣାର ସୁଭାଷ ବରାଲା ଏବଂ କର୍ନାଟକର ନାରାୟଣ କୃଷ୍ଣାସା ଭାଣ୍ଡଗେଙ୍କୁ ରାଜ୍ୟ ସଭା ପ୍ରାର୍ଥୀ ଭାବେ ମନୋନୀତ କରିଛି।

Share