Categories: ଜାତୀୟ

ସୋନୋଓ୍ବାଲ, ମୁରୁଗାନ୍‌ ହେଲେ ରାଜ୍ୟ ସଭା ପ୍ରାର୍ଥୀ

ନୂଆଦିଲ୍ଲୀ,୧୮।୯: ଆସାମ ଓ ମଧ୍ୟପ୍ରଦେଶରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ଲାଗି ଭାଜପା ଶନିବାର କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ ଏବଂ ଏଲ୍‌. ମୁରୁଗାନଙ୍କୁ ପ୍ରାର୍ଥୀ କରିଛି। ଜୁଲାଇ ୭ରେ କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣ ବେଳେ ଉଭୟଙ୍କୁ ମନ୍ତ୍ରୀ କରାଯାଇଥିଲା। ପଶ୍ଚିମବଙ୍ଗ, ଆସାମ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ଗୋଟିଏ ଲେଖାଏ ରାଜ୍ୟ ସଭା ଆସନ ଏବଂ ତାମିଲନାଡୁର ୨ ଆସନ ଲାଗି ଅକ୍ଟୋବର ୪ରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଆସାମର ବିଶ୍ୱଜିତ୍‌ ଦାଇମାରୀ, ପଶ୍ଚିମବଙ୍ଗର ମାନସ ରଞ୍ଜନ ଭୂନିଆ, ତାମିଲନାଡୁର କେ.ପି. ମୁନୁସ୍ବାମୀ ଏବଂ ଆର୍‌. ବୈଥିଲିଙ୍ଗମ୍‌ ଏବଂ ମଧ୍ୟପ୍ରଦେଶର ଥାଓ୍ବରଚାନ୍ଦ ଗେହଲଟ୍‌ଙ୍କ ଇସ୍ତଫାରୁ ଉପରୋକ୍ତ ଆସନ ଖାଲି ପଡ଼ିଥିଲା। ମହାରାଷ୍ଟ୍ରରେ ରାଜୀବ ସତାଭଙ୍କର କୋଭିଡ୍‌ରେ ମୃତ୍ୟୁ ଯୋଗୁ ଗୋଟିଏ ଆସନ ଖାଲି ପଡିଥିଲା।

Share