୩୬ ସାଙ୍ଗଠନିକ ଜିଲା ସଭାପତିଙ୍କ ତାଲିକା ଘୋଷଣା କଲା ଭାଜପା

ଭୁବନେଶ୍ୱର, ୬।୧୧(ସୁନିତ୍‌ ମିଶ୍ର): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଦାୟିତ୍ୱ ନେବାର ଦୀର୍ଘଦିନ ପରେ ୩୬ ସାଙ୍ଗଠନିକ ଜିଲାର ସଭାପତିଙ୍କ ନାମ ଘୋଷଣା କରାଯାଇଛିା ତେବେ ଏହି ଜିଲା ସଭାପତି ଚୟନ ଲାଗି ଦୀର୍ଘଦିନ ବିଳମ୍ବ ହେବାକୁ ନେଇ ରାଜନୈତିକ ମହଲରେ ଭିନ୍ନ ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଆସନ୍ତା ସାଧାରଣ ନିର୍ବାଚନକୁ ଆଉ କମ୍‌ ସମୟ ଥିବାବେଳେ ଏହି ନୂଆ ଜିଲା ସଭାପତି ହୋଇଥିବା ନେତାମାନେ କିଭଳି ସଙ୍ଗଠନ ସଜାଡିବେ ତାକୁ ନେଇ ଚର୍ଚ୍ଚା ଆଲୋଚନା ଜୋର୍‌ ଧରିଛି।
ତେବେ ଦଳ ପକ୍ଷରୁ ଅନୁଗୋଳ ପାଇଁ ଦିଲେଶ୍ୱର ପ୍ରଧାନ, ବାଲେଶ୍ୱରରେ ଉମାକାନ୍ତ ମହାପାତ୍ର, ବରଗଡ଼ରେ ଅଶି୍ବନୀ କୁମାର ଷଡ଼ଙ୍ଗୀ, ଭଦ୍ରକରେ ହେମନ୍ତ ପାଢ଼ୀ, ଭୁବନେଶ୍ୱରରେ ବାବୁ ସିଂ, ବଲାଙ୍ଗୀରରେ ଶିବାଜୀ ମହାନ୍ତି, ବୌଦ୍ଧରେ ବିପ୍ର ଚରଣ ମହାନ୍ତି, କଟକ ନଗରରେ ଲଲାଟେନ୍ଦୁ ବଡୁଙ୍କୁ ଜିଲା ସଭାପତି ଭାବେ ନିଯୁକ୍ତି ମିଳିଛି। ସେହିପରି କଟକ ସଦରରେ ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା, ଦେବଗଡ଼ରେ ଅରୁଣ କୁମାର ସାହୁ, ଢେଙ୍କାନାଳରେ ନରେଶ ମହାପାତ୍ର, ଗଜପତିରେ ବିଧାୟକ କେ. ନାରାୟଣ ରାଓ, ଗଞ୍ଜାମରେ ସୁବାସ ସାହୁ, ଘୁମୁସରରେ ଗୋକୁଳାନନ୍ଦ ମଲିକ, ଜଗତ୍‌ସିଂହପୁରରେ ସତ୍ୟବ୍ରତ ମହାପାତ୍ର, ଯାଜପୁରରେ ଗୌତମ ରାୟ, ଝାରସୁଗୁଡ଼ାରେ ସୁନୀଲ ପଣ୍ଡା, କଳାହାଣ୍ଡିରେ ଆର୍ତ୍ତତ୍ରାଣ ମହାପାତ୍ର, କନ୍ଧମାଳରେ ଜଗନ୍ନାଥ ସାହୁ, କେନ୍ଦ୍ରାପଡ଼ାରେ କିଶୋର ପଣ୍ଡା, କେନ୍ଦୁଝରରେ ଅଂଶୁମାନ ସବୁଜ ମହନ୍ତ ବର୍ମା, ଖୋର୍ଦ୍ଧାରେ ରଶ୍ମି ରଞ୍ଜନ ମହାପାତ୍ରଙ୍କୁ ଜିଲା ସଭାପତି ପଦବୀରେ ନିଯୁକ୍ତି ଦିଆଯାଇଛି। ସେହିଭଳି କୋରାପୁଟରେ ସୁମନ୍ତ ପ୍ରଧାନ, ମାଲକାନଗିରିରେ ନିମାଇଁ ପାଲ୍‌, ରାଇରଙ୍ଗପୁରରେ କୃପାସିନ୍ଧୁ ମହନ୍ତ, ବାରିପଦାରେ ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ, ନବରଙ୍ଗପୁରରେ ଜଗଦୀଶ ବିଶୋଇ, ନୟାଗଡ଼ରେ ତାପସ ରଞ୍ଜନ ମାର୍ଥା, ନୂଆପଡ଼ାରେ ସୁବ୍ରତ ଠାକୁର, ପୁରୀରେ ଆଶ୍ରିତ ପଟ୍ଟନାୟକ, ରାୟଗଡ଼ାରେ ଶିବ ପଟ୍ଟନାୟକ, ସମ୍ବଲପୁରରେ ଗିରିଶ ପଟେଲ, ସୁବର୍ଣ୍ଣପୁରରେ ପ୍ରମୋଦ ମହାପାତ୍ର, ସୁନ୍ଦରଗଡ଼ରେ ବିଧାୟକ ଭବାନୀ ଶଙ୍କର ଭୋଇ, ସୁନ୍ଦରଗଡ଼(ବଣାଇ)ରେ ଅନିଲ ବାର୍ଲା, ସୁନ୍ଦରଗଡ଼ (ପାନପୋଷ)ରେ ଲତିକା ପଟ୍ଟନାୟକଙ୍କୁ ଜିଲା ସଭାପତି ଦାୟିତ୍ୱ ମିଳିଛି।

Share