ପିପିଲି ଉପନିର୍ବାଚନ: ପୁଣି ଆଶ୍ରିତଙ୍କୁ ଭରଷା କଲା ଭାଜପା

ଭୁବନେଶ୍ୱର,୨୫।୩(ବ୍ୟୁରୋ): ବହୁ କଳ୍ପନାଜଳ୍ପନା ପରେ ପିପିଲି ଉପନିର୍ବାଚନ ଲାଗି ଭାଜପା ଗୁରୁବାର ପ୍ରାର୍ଥୀ ଘୋଷଣା କରିଛି। ଆଶ୍ରିତ ପଟ୍ଟନାୟକଙ୍କୁ ଦଳ ପୁଣିଥରେ ପ୍ରାର୍ଥୀ କରିଛି। ୨୦୧୯ ନିର୍ବାଚନରେ ଭାଜପା ଆଶ୍ରିତଙ୍କୁ ଏହି ଆଶନରୁ ପ୍ରାର୍ଥୀ କରିଥିଲା। ଆଶ୍ରିତ ୭୨,୭୩୧ ଖଣ୍ଡ ଭୋଟ ପାଇଥିଲେ। ବିଜେଡି ପ୍ରାର୍ଥୀ ସ୍ବର୍ଗତ ପ୍ରଦୀପ ମହାରଥୀ ୮୮,୫୧୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ସୂଚନା ଯୋଗ ଗତ ବର୍ଷ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ଘଟିଥିଲା।

Share