Categories: ଜାତୀୟ

ବିଧାନପରିଷଦ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା

ନୂଆଦିଲ୍ଲୀ,୧।୭: ଭାରତୀୟ ଜନତା ପାର୍ଟି (ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ସୋମବାର ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଘୋଷିତ ହୋଇଥିବା ନାମଗୁଡିକ ମଧ୍ୟରେ ପଙ୍କଜା ମୁଣ୍ଡେ, ଯୋଗେଶ ତିଲକର, ପାରିନାଇ ଫୁକେ, ଅମିତ ଗୋର୍ଖେ ଏବଂ ସଦାଭାଉ ଖୋଟ ଅଛନ୍ତି।
ବିଶେଷ କଥା ହେଉଛି ପଙ୍କଜା ମୁଣ୍ଡେ ଉପରେ ଭାଜପା ପୁଣି ଥରେ ବିଶ୍ୱାସ ପ୍ରକଟ କରିଛି। ପଙ୍କଜା ବିଡରୁ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ ସେ ୬୦୦୦ ଭୋଟ ବ୍ୟବଧାନରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଶରଦ ପାୱାର) ବଜରଙ୍ଗ ସୋନାୱାନଙ୍କ ଠାରୁ ପରାସ୍ତ ହୋଇଥିଲେ। ତାଙ୍କର ଚାରିଜଣ ସମର୍ଥକ ତାଙ୍କ ପରାଜୟ ପରେ ଆତ୍ମହତ୍ୟା କରିଥିବା ଜଣାପଡିଥିଲା।
ଜୁଲାଇ ୧୨ରେ ରାଜ୍ୟରେ ୧୧ଟି ବିଧାନ ପରିଷଦ ଆସନ ପାଇଁ ଭୋଟ ଅନୁଷ୍ଠିତ ହେବ। ସେହି ଦିନ ଫଳାଫଳ ମଧ୍ୟ ଘୋଷଣା କରାଯିବ। ମହାରାଷ୍ଟ୍ର ଭାଜପା ୧୧ଟି ନାମର ଏକ ତାଲିକା କେନ୍ଦ୍ରୀୟ ନେତୃତ୍ୱକୁ ପଠାଇଥିଲା। ସେଥିମଧ୍ୟରୁ ଦଳ ପାଞ୍ଚଟି ନାମ ଅନୁମୋଦନ କରିଛି।

Share