Categories: ଜାତୀୟ

ଉତ୍ତର ପ୍ରଦେଶ ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷିତ

ଲକ୍ଷ୍ନୌ,୩।୯: ଉତ୍ତର ପ୍ରଦେଶରେ ରାଜ୍ୟ ସଭାର ଗୋଟିଏ ଖାଲି ଆସନ ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା)ନିଜର ପ୍ରାର୍ଥୀ ଘୋଷଣା କରିଛି। ଭାଜପା ଦୀନେଶ ଶର୍ମାଙ୍କୁ ପ୍ରାର୍ଥୀ କରିଛି। ସୂଚନାଯୋଗ୍ୟ ଯେ, ଦଳର ବରିଷ୍ଠ ନେତା ହରିଦ୍ୱାର ଦୁବେଙ୍କ ମୃତ୍ୟୁ କାରଣରୁ ଖାଲିଥିବା ଆସନରେ ସେପ୍ଟେମ୍ବର ୧୫ରେ ନିର୍ବାଚନ କରିବାକୁ ଭାରତୀୟ ନିର୍ବାଚନ କମିଶନ ଘୋଷଣା କରିଥିଲେ। ଯୋଗ୍ୟ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ରକୁ ନିମନ୍ତ୍ରଣ କରି ଉପ-ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଏକ ବିଜ୍ଞପ୍ତି ଜାରି କରିଥିଲେ।
ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ହେଉଛି ସେପ୍ଟେମ୍ବର ୫ ଏବଂ ନାମାଙ୍କନ ପତ୍ରର ଯାଞ୍ଚ ପରଦିନ କରାଯିବ। ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ହେଉଛି ୮ ସେପ୍ଟେମ୍ବର। ସେପ୍ଟେମ୍ବର ୧୫ ସକାଳ ୯ଟାରୁ ଅପରାହ୍ନ ୯ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ ଏବଂ ସେହି ଦିନ ସା ୬ ଟାରେ ଭୋଟ ଗଣନା କରାଯିବ। ଉତ୍ତରପ୍ରଦେଶର ରାଜ୍ୟ ସଭା ସଦସ୍ୟ ହରିଦ୍ୱାର ଦୁବେଙ୍କର ୨୬ ଜୁନରେ ଦିଲ୍ଲୀରେ ଦେହାନ୍ତ ହୋଇଛି। ତାଙ୍କୁ ୭୨ବର୍ଷ ହୋଇଥିଲା।

Share