Categories: ଜାତୀୟ

ଗୁଜରାଟ, ପଶ୍ଚିମବଙ୍ଗରୁ ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା କଲା ଭାଜପା

ନୂଆଦିଲ୍ଲୀ,୧୨।୭: ଭାରତୀୟ ଜନତା ପାର୍ଟି ବୁଧବାର ଗୁଜରାଟ ଏବଂ ପଶ୍ଚିମବଙ୍ଗରୁ ନିଜର ରାଜ୍ୟ ସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦଳ ଗୁଜରାଟର ବାବୁଭାଇ ଜେସଙ୍ଗବାଇ ଦେଶାଇ ଏବଂ କେସରିଦେବ ସିଂ ଝାଲା ଏବଂ ପଶ୍ଚିମବଙ୍ଗରୁ ଅନନ୍ତ ମହାରାଜଙ୍କୁ ପ୍ରାର୍ଥୀ କରିଛି। ପଶ୍ଚିମବଙ୍ଗରୁ ଭାଜପା ପ୍ରଥମ ଥର ପାଇଁ ରାଜ୍ୟ ସଭା ଆସନ ଜିତିବ। ଭାଜପା ପ୍ରାର୍ଥୀ କରିଥିବା ଅନନ୍ତ ମହାରାଜ ରାଜବଂଶୀ ସମ୍ପ୍ରଦାୟର ଜଣେ ନେତା ତଥା ମହାନ କୁଚବିହାର ଆନ୍ଦୋଳନର ମୁଖ୍ୟ ମଧ୍ୟ ରହିଛନ୍ତି। ଏହା ସହିତ ସେ କୁଚବିହାର ପିପୁଲ୍ସ ଆସୋସିଏସନର ମଧ୍ୟ ମୁଖ୍ୟ ଅଟନ୍ତି। ଉଲ୍ଲେଖନୀୟ କଥା ହେଉଛି, ନାମାଙ୍କନପତ୍ରର ଶେଷ ତାରିଖ ହେଉଛି ଜୁଲାଇ ୧୩। ଏଥି ସହିତ ଜୁଲାଇ ୧୭ରେ ନାମାଙ୍କନ ପ୍ରତ୍ୟାହାର ତାରିଖ ରଖାଯାଇଛି। ସମସ୍ତ ୧୦ଟି ଆସନରେ ମତଦାନ ଜୁଲାଇ ୨୪ରେ ଅନୁଷ୍ଠିତ ହେବ ଏବଂ ସେହି ଦିନ ଭୋଟ ଗଣନା ମଧ୍ୟ କରାଯିବ।

Share