Categories: ଜାତୀୟ

ବିହାର ନିର୍ବାଚନର ଦାୟିତ୍ୱ ନେଲେ ଫଡନବିଶ: ସୁଶାନ୍ତଙ୍କ ମୃତ୍ୟୁ ହେବ ମୁଖ୍ୟ ପ୍ରସଙ୍ଗ!

ପାଟନା,୧୪।୮: ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ଏବେଠାରୁ ଭାରତୀୟ ଜନତା ପାର୍ଟି(ଭାଜପା) ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରି ସାରିଲାଣି। ଭାଜପା ଏଥର ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶଙ୍କୁ ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛି। ଫଡନବିଶ ଦଳର ମହାସଚିବ ଭୁପେନ୍ଦ୍ର ଯାଦବଙ୍କ ସହ ମିଶି ନିର୍ବାଚନ ରଣନୀତି ପ୍ରସ୍ତୁତ କରିବେ। ତେବେ ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ବିହାର ରାଜନୀତି ଉପରେ ପଡିବ ବୋଲି ଆଲୋଚନା ହେଉଛି। ଏହାକୁ ହିଁ ଭାଜପା ମୁଖ୍ୟ ପ୍ରସଙ୍ଗ କରି ଭୋଟକୁ ନିଜ ଖାତାକୁ ଆଣିବାକୁ ଚେଷ୍ଟା କରିବ ବୋଲି ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ଫଡନବିଶଙ୍କୁ ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ କରିବାକୁ ଗୁରୁବାର ଭାଜପା କୋର କମିଟିରେ ସ୍ଥିର କରାଯାଇଛି। ଭୁପେନ୍ଦ୍ର ଯାଦବ ଓ ଫଡନିବଶଙ୍କ ଯୋଡି ପୂର୍ବରୁ ମହାରାଷ୍ଟ୍ରରେ ଭଲ ପ୍ରଦର୍ଶନ କରିଥିବା ବେଳେ ଏଥର ମଧ୍ୟ ବାଜି ମାରିବେ ବୋଲି ଭାଜପା ଆଶା କରିଛି। ଏପର୍ଯ୍ୟନ୍ତ କେବଳ ମହାରାଷ୍ଟ୍ର ରାଜନୀତିରେ ସିମିତ ଥିବା ଫଡନବିଶ ପ୍ରଥମଥର ଲାଗି ରାଜ୍ୟ ବାହାରକୁ ଯାଇଛନ୍ତି।

Share