ନୂଆଦିଲ୍ଲୀ,୨୫।୯: ସୋମବାର ଭାଜପା ତିନୋଟି ରାଜ୍ୟ ପାଇଁ ନୂତନ ଅଧ୍ୟକ୍ଷ ନିଯୁକ୍ତ କରିଛି। ରିକମ୍ୟାନ ମୋମିନଙ୍କୁ ମେଘାଳୟ ଭାଜପାର ପ୍ରଦେଶ ଅଧ୍ୟକ୍ଷ ଏବଂ ଏସ ସେଲଭାଗନାବାଥୀଙ୍କୁ ପୁଡୁଚେରୀ ଭାଜପାର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି। ସେହିପରି ବେଞ୍ଜାମିନ ୟେପଥୋମି ନାଗାଲାଣ୍ଡ ଭାଜପା ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଛନ୍ତି। ଏହାପୂର୍ବରୁ ଅର୍ନେଷ୍ଟ ମାଓ୍ବାରି ମେଘାଳୟରେ ଭାଜପା ଅଧ୍ୟକ୍ଷ, ନାଗାଲାଣ୍ଡର ଟେମଜେନ ଇମନା ଏବଂ ପୁଡୁଚେରୀରେ ଭି ସାମିନାଥନ ଏହି ପଦ ସମ୍ଭାଳୁଥିଲେ।
ଚଳିତ ବର୍ଷ ଫେବୃୟାରୀ ୨୭ରେ ମେଘାଳୟ ଏବଂ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ଫଳାଫଳ ୨ ମାର୍ଚ୍ଚରେ ଘୋଷଣା କରାଯାଇଥିଲା। ମେଘାଳୟର ୫୯ ଟି ଆସନରେ ଅନୁଷ୍ଠିତ ଭୋଟିଂରେ ଏନପିପି ୨୬ଟି ଆସନ, ଭାଜପା ୩ଟି ଆସନ ଏବଂ କଂଗ୍ରେସକୁ ୫ଟି ଆସନ ପାଇଛି। ତେବେ ୨୫ଟି ସିଟ ଅନ୍ୟମାନଙ୍କ ଆକାଉଣ୍ଟକୁ ଯାଇଥିଲା। ରାଜ୍ୟରେ ଏନପିପି ଏବଂ ଭାଜପା ମେଣ୍ଟର ସରକାର ଅଛି।
ଏଥି ସହିତ ନାଗାଲାଣ୍ଡରେ ମଧ୍ୟ ଭାଜପା ମେଣ୍ଟ ସରକାରର ଏକ ଅଂଶ। ଏଠାରେ ମଧ୍ୟ ୨୭ ଫେବୃୟାରୀରେ ୫୯ଟି ସିଟ ପାଇଁ ଭୋଟ ଅନୁଷ୍ଠିତ ହୋଇଥିଲା, ଯାହାର ଫଳାଫଳ ୨ ମାର୍ଚ୍ଚରେ ଘୋଷଣା କରାଯାଇଥିଲା। ରାଜ୍ୟରେ ଏନଡିପିପି ୨୫ଟି ଆସନ ଏବଂ ଭାଜପା ୧୨ଟି ଆସନ ପାଇଛି। ଏଥି ସହିତ ୨ଟି ସିଟ ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆର ଆକାଉଣ୍ଟକୁ ଯାଇଥିଲା। ତେବେ ଏନଡିପିପି ଏବଂ ଭାଜପା ମେଣ୍ଟକୁ ଜନତା ସଂଖ୍ୟାଗରିଷ୍ଠତା ଦେଇଥିଲେ।