ଓଡ଼ିଶା ପାଇଁ ପ୍ରଭାରୀ ନିଯୁକ୍ତ କଲା ଭାଜପା, ଅପରାଜିତାଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଭୁବନେଶ୍ୱର,୫।୭: ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ କଲା ଭାରତୀୟ ଜନାତା ପାର୍ଟି। ଓଡ଼ିଶାରେ ବିଜୟପାଲ ସିଂ ତୋମାରଙ୍କୁ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ଏଥିସହ ଲତା ଉସେଣ୍ଡିଙ୍କୁ ସହ ପ୍ରଭାରୀ ଦାୟିତ୍ୱ ମିଳିଛି।

ସେହିପରି ଏମପି ଅପରାଜିତା ଷଡ଼ଙ୍ଗୀଙ୍କୁ କେରଳ ସହପ୍ରଭାରୀ ଭାବେ ନିଯୁକ୍ତ ମିଳିଥିବାବେଳେ ଏମପି ସମ୍ବିତ ପାତ୍ରଙ୍କୁ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ସଂଯୋଜକ ନିଯୁକ୍ତ ମିଳିଛି।