Categories: ଜାତୀୟ

ଭାଜପା ନିଯୁକ୍ତ କଲା ୪ ନୂଆ ପ୍ରଦେଶ ଅଧ୍ୟକ୍ଷ…

ନୂଆଦିଲ୍ଲୀ,୪।୭ : ମଙ୍ଗଳବାର ଭାଜପା ସଂଗଠନରେ ବଡ ପରିବର୍ତ୍ତନ ଆଣିଛି। କେନ୍ଦ୍ର ମନ୍ତ୍ରୀ ଜି. କିଶନ ରେଡ୍ଡୀ ତେଲେଙ୍ଗାନାର ରାଜ୍ୟ ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଛନ୍ତି। ଏନଟିଆରଙ୍କ ଝିଅ ତଥା ଟିଡିପି ସଭାପତି ଚନ୍ଦ୍ରବାବୁ ନାଇଡଙ୍କ ସମ୍ପର୍କୀୟ ଡି ପୁରନ୍ଦେଶ୍ୱରୀଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟ ଅଧ୍ୟକ୍ଷା କରାଯାଇଛି।

ଏହା ସହିତ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡିଙ୍କୁ ଝାଡଖଣ୍ଡର ରାଜ୍ୟ ଅଧ୍ୟକ୍ଷ ତଥା ସୁନୀଲ ଝାଖଡଙ୍କୁ ପଞ୍ଜାବର ରାଜ୍ୟ ଅଧ୍ୟକ୍ଷ କରାଯାଇଛି। ନବନିଯୁକ୍ତ ଭାଜପା ରାଜ୍ୟ ଅଧ୍ୟକ୍ଷଙ୍କ ମଧ୍ୟରେ କିଶନଙ୍କୁ ଛାଡ଼ି ଅନ୍ୟ ତିନିଜଣ ପୂର୍ବରୁ ଅନ୍ୟ ରାଜନୈତିକ ଦଳ ସହ ଜଡିତ ଥିଲେ। ପରେ ନିଜ ଦଳ ଛାଡି ଭାଜପାରେ ଯୋଗ ଦେଇଥିଲେ।

Share