Advertisement

ମଧ୍ୟପ୍ରଦେଶର ରାଜ୍ୟ ନିର୍ବାଚନ ପ୍ରବନ୍ଧନ ସମିତିର ସଂଯୋଗ ହେଲେ ନରେନ୍ଦ୍ର ସିଂ ତୋମର

ନୂଆଦିଲ୍ଲୀ,୧୫।୭: ଭାରତୀୟ ଜନତା ପାର୍ଟି(ଭଜପା) ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କୁ ବଡ ଦାୟିତ୍ୱ ଦେଇଛି। ତୋମରଙ୍କୁ ରାଜ୍ୟ ନିର୍ବାଚନ ପ୍ରବନ୍ଧନ ସମିତିର ସଂଯୋଜକ ନିଯୁକ୍ତ କରାଯାଇଛି। ନରେନ୍ଦ୍ର ସିଂ ତୋମର ମୋଦି ସରକାରରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ରହିଛନ୍ତି।
ଭାଜପାର ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂଙ୍କ ପକ୍ଷରୁ ଶନିବାର ଜାରି କରାଯାଇଥିବା ପତ୍ରରେ ଏହି ସୂଚନା ଦିଆଯାଇଛି। ପତ୍ରରେ କୁହାଯାଇଛି କି ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତୋମରଙ୍କୁ ମଧ୍ୟପ୍ରଦେଶ ନିର୍ବାଚନ ପ୍ରବନ୍ଧନ ସମିତିର ସଂଯୋଜକ ନିଯୁକ୍ତ କରିଛନ୍ତି ଓ ଏହି ନିଯୁକ୍ତି ତତ୍କାଳ ପ୍ରଭାବରେ ଲାଗୁ କରାଯିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share