ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇଛି ଭାଜପା। ମହାରାଷ୍ଟ୍ରର ଭାଜପା ନେତା ଆଶିଷ ଶେଲାର ମାମଲାର ସିବିଆଇ ଯାଞ୍ଚ କରାଯାଉ ବୋଲି ମଧ୍ୟ ଦାବି କରିଛନ୍ତି। ପୋଲିସ ଦେଖାଉଥିବା ତଥ୍ୟ ଠିକ୍ ନୁହେଁ, କିଛି ପ୍ରଶ୍ନର ଉତ୍ତର ମିଳୁନାହିଁ, ସୁଶାନ୍ତଙ୍କ ମାମଲାରେ ଟୁଇଷ୍ଟ ବୋଲି ସେ ଟୁଇଟ୍ କରିଛନ୍ତି।
ସୁଶାନ୍ତଙ୍କ ଭଉଣୀ ତାଙ୍କ ପ୍ରେମିକାଙ୍କ ନାଁ ନେଇଥିଲେ। ହେଲେ ପୋଲିସ କହି ନ ଥିଲେ। ରିୟା କୋଟି କୋଟି ଟଙ୍କା ଉଠାଇଥିବା ସୁଶାନ୍ତଙ୍କ ବାପା କହିଛନ୍ତି। ଅପରପକ୍ଷେ ରିୟା ମଧ୍ୟ ସିବିଆଇ ଯାଞ୍ଚ ଚାହାନ୍ତି। ହେଲେ ଗୃହ ମନ୍ତ୍ରଣାଳୟ ଚୁପ୍ ରହିଛି। ଯିଏ ନିର୍ଦ୍ଦୋଶ ତାଙ୍କୁ ପଚରାଯାଉଛି। ହେଲେ ପ୍ରକୃତ ଦୋଷୀଙ୍କୁ କିଛି କୁହାଯାଉନାହିଁ। ଏଣୁ ଏହି ମାମଲାର ସିବିଆଇ ଯାଞ୍ଚ କରିବା ଜରୁରୀ ବୋଲି ସେ କହିଛନ୍ତି।