ନୂଆଦିଲ୍ଲୀ,୧୮।୧୦: ପୁଣି ବିବାଦରେ କଂଗ୍ରେସ ନେତା ଶଶି ଥରୁର। ପାକିସ୍ତାନର ଲାହୋର ଲିଟରେଚର୍ ଫେଷ୍ଟିଭାଲରେ ଯୋଗ ଦେଇ ଭାରତ ସରକାରଙ୍କୁ ନିନ୍ଦା କରି ସେ ଫସିଯାଇଛନ୍ତି। ନିକଟରେ ଲାହୋରରେ ଅନୁଷ୍ଠିତ ଲିଟରଚେର ଫେଷ୍ଟିଭାଲକୁ ସମ୍ବୋଧନ କରିବାକୁ ଯାଇ ଥରୁର ଭାରତ ସରକାରଙ୍କ କୋଭିଡ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। କୋଭିଡ୍ ନିୟନ୍ତ୍ରଣ କରିବାରେ ଭାରତ ସରକାର ବିଫଳ ହୋଇଛି। କରୋନା ସଂକ୍ରମଣ ବ୍ୟାପକ କରିବାରେ ତବଲିଗ୍ ଜମାତକୁ ଦାୟୀ କରାଯାଇ ଦେଶରେ ମୁସଲିମ ସଂପ୍ରଦାୟ ଲୋକଙ୍କ ପ୍ରତି ଭେଦଭାବ କରାଯାଉଛି। ଏହାସହ କୋଭିଡ ପରିଚାଳନାରେ ଭାରତଠାରୁ ପାକିସ୍ତାନ ଭଲ ପ୍ରଦର୍ଶନ କରିଥିବା ସେ କହିଥିଲେ। ଏହାକୁ ନେଇ ଭାଜପା କଡ଼ା ପ୍ରତିକ୍ରିୟା ରଖିଛି। ଲାହୋରରେ ରହି ଭାରତକୁ କଂଗ୍ରେସ ଏମ୍ପି ସମାଲୋଚନା କରିବା ନିନ୍ଦନୀୟ ବୋଲି ଭାଜପା ନେତା ସମ୍ବିତ ପାତ୍ର କହିଛନ୍ତି। ଭାରତରେ ଥାଇ ଇମ୍ରାନ ଖାନଙ୍କୁ ରାଲିକୁ ଶଶି ଥରୁର ସମ୍ବୋଧନ କରୁଛନ୍ତି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଥରୁର ଏହି ବୈଠକ ଭିଡିଓ କନଫରେନସିଂ ଜରିଆରେ ଯୋଗ ଦେଇଥିଲେ।