Categories: ଜାତୀୟ

ବିବାଦରେ ସଲମାନ ଖୁର୍ସିଦ

ନୂଆଦିଲ୍ଲୀ,୧୧ ।୧୧: କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଲମାନ ଖୁର୍ସିିଦ ବିବାଦରେ ଛନ୍ଦି ହୋଇ ପଡିଛନ୍ତି । ଗୋଟିଏ ଦିନ ପୂର୍ବରୁ ଉନ୍ମାଚିତ ହାଇଥିବା ତାଙ୍କ ପୁସ୍ତକରେ ହିନ୍ଦୁତ୍ୱକୁ ନେଇ କିଛି କଥା କୁହାଯାଇଛି । ଯାହାକୁ ନେଇ ଏବେ ବଡ ବିବାଦ ମୁଣ୍ଡ ଟେକିଛି । ଭାରତୀୟ ଜନତା ପାର୍ଟି(ଭାଜପା) ଉକ୍ତ ପୁସ୍ତକରେ ହିନ୍ଦୁତ୍ୱର ତୁଳନା ଆଙ୍କବାଦୀ ସଙ୍ଗଠନ ବୋକୋ ହରମ ଓ ଆଇଏସ୍ ସହ କରାଯାଇଥିବାରୁ ବିବାଦ ଉପୁଜିଛି । ଏବେ କୁହାଯାଉଛି ଏହା କେବଳ ହିନ୍ଦୁତ୍ୱକୁ ନୁହେଁ ବରଂ ଭାରତକୁ ଦୁଃଖ ଦେଇଛି । ଭାଜପା ପ୍ରବକ୍ତା ଗୌରବ ଭାଟିଆ ଏହି ମାମଲାକୁ ନେଇ କହିଛନ୍ତି, ସଲମାନ ଖୁର୍ସିଦଙ୍କ ଘଟଣାକୁ ନେଇ ସୋନିଆ ନିରବ ନ ରହି ଏହାର ଜବାବ ରଖନ୍ତୁ । ସେ ଆହୁରି ମଧ୍ୟ କହିଛନ୍ତି ଏହି ଚିନ୍ତଧାରା ଶଶି ଥରୁରଙ୍କର ହୋଇପାରେ, ପୁଣି ମଣିଶଙ୍କର ଅୟାରଙ୍କର ବି ହୋଇପାରେ ।

Share