Categories: ଜାତୀୟ

ଟିଏମ୍‌ସି ଆତଙ୍କବାଦୀ ପ୍ରସ୍ତୁତକାରୀ କମ୍ପାନୀ: ଭାଜପା

କୋଲକାତା,୩୦ ।୧୧: ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ହେଲେ ଏବେଠାରୁ ସବୁ ରାଜନୈତିକ ଦଳ ପ୍ର୍‌ସ୍ତୁତି ଆରମ୍ଭ କରି ସାରିଲେଣି । ଏବେଠାରୁ ଶାସକ ଓ ବିରୋଧି ମଧ୍ୟରେ କଥା କଟାକଟି ଓ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇ ଗଲାଣି । ଇତିମଧ୍ୟରେ ମମତା ବାନାର୍ଜୀଙ୍କ ଭଣଜା ଅଭିଶେକ ବାନାର୍ଜୀ ପଶ୍ଚିମବଙ୍ଗ ଭାରତୀୟ ଜନତା ପାର୍ଟି(ଭାଜପା) ଅଧ୍ୟକ୍ଷ ଦୀଲ୍ଲିପ ଘୋଷଙ୍କୁ ଗୁଣ୍ଡା ଓ ପଶ୍ଚିମବଙ୍ଗ ପ୍ରଭାରୀ ବୈଳାଶ ବିଜୟଭର୍ଗିୟଙ୍କୁ ବାହାର ବ୍ୟକ୍ତି ବୋଲି କହି ଦେଇଛନ୍ତି । ଏହାର ଜବାବରେ ଘୋଷ ବାନାର୍ଜୀଙ୍କୁ ଛୋଟ ପିଲା ବୋଲି କହିଛନ୍ତି । ଅନ୍ୟପଟେ ପଶ୍ଚିମବଙ୍ଗର ଭାଜପା ଉପାଧ୍ୟକ୍ଷ ରାଜୁ ବାନାର୍ଜୀ ତ୍ରୁଣମୂଳ କଂଗ୍ରେସକୁ ଟେରରିଷ୍ଟ ମାନୁଫ୍ୟାକ୍‌ଚରିଂ କମ୍ପାନୀ ବା ଆତଙ୍କବାଦୀ ପ୍ରସ୍ତୁତକାରୀ କମ୍ପାନୀ ବୋଲି କହି ଦେଇଛନ୍ତି । ତ୍ରୁଣମୂଳ ଏମ୍‌ପି ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ଅଭିଶେଷ ବାନାର୍ଜୀ ପ୍ରଦେଶ ଭାଜପା ଅଧ୍ୟକ୍ଷ ତଥା ଏମ୍‌ପି ଦୀଲ୍ଲିପ ଘୋଷଙ୍କ ଉଦ୍ଦେଶ୍ୟରେ ମର୍ଯ୍ୟାଦାହୀନ ଶବ୍ଦ ବ୍ୟବହାର କରି ତାଙ୍କୁ ଗୁଣ୍ଡା କହିଛନ୍ତି । କେବଳ ସେତିକି ନୁହେଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓ ଭାଜପାର ରାଷ୍ଟ୍ରୀୟ ମହାସଚିବ ତଥା ପଶ୍ଚିମବଙ୍ଗ ପ୍ରଭାରୀ କୈଲାଶ ବିଜୟଭର୍ଗିୟଙ୍କୁ ବାହାର ବ୍ୟକ୍ତି ବୋଲି କହି ଦେଇଛନ୍ତି ।

Share