Categories: ଜାତୀୟ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଛବି ମଳିନ କରିବା ପାଇଁ ଟୁଲକିଟ୍‌ ଚଳାଇଛି କଂଗ୍ରେସ

ନୂଆଦିଲ୍ଲୀ, ୧୮।୫ : କରୋନା ଭାଇରସର ନୂଆ ଷ୍ଟ୍ରେନକୁ ସୋସିଆଲ ମିଡିଆ ଓ ବିଭିନ୍ନ ଗଣମାଧ୍ୟମରେ ‘ଭାରତୀୟ ଷ୍ଟ୍ରେନ’ ବା ‘ମୋଦି ଷ୍ଟ୍ରେନ’ ବୋଲି ଅପପ୍ରଚାର କରାଯାଉଛି। ଏହା ଏକ ଟୁଲକିଟ୍‌, ଯାହାକୁ ଦେଶ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଛବି ମଳିନ କରିବା ପାଇଁ ବ୍ୟବହାର କରୁଛି କଂଗ୍ରେସ। ଏଭଳି ଅଭିଯୋଗ ଆଣିଛି ଭାଜପା।

କୋଭିଡ୍‌-୧୯ ଭାଇରସର ନୂଆ ଷ୍ଟ୍ରେନକୁ ‘ମୋଦି ଷ୍ଟ୍ରେନ’ କିମ୍ବା ‘ଭାରତୀୟ ଷ୍ଟ୍ରେନ’ ବୋଲି ପ୍ରଚାର କରିବା ପାଇଁ କଂଗ୍ରେସ ଏହାର ସୋସିଆଲ ମିଡିଆ ଭଲ୍ୟୁଣ୍ଟର୍ସକୁ ନିର୍ଦ୍ଦେଶ ଦେଇଛି। ଏକ ଟୁଇଟ୍‌ରେ ଏହା ଦାବି କରିଛନ୍ତି ଭାଜପା ପ୍ରବକ୍ତା ସମ୍ବିତ ପାତ୍ର।

” ଅଭାବୀ ଲୋକଙ୍କୁ ମହାମାରୀ ସମୟରେ ସହାୟତା କରିବା ପାଇଁ କଂଗ୍ରେସ ଦ୍ୱାରା ପ୍ରସ୍ତୁତ ଟୁଲକିଟ୍‌କୁ ଦେଖନ୍ତୁ। ବନ୍ଧୁତ୍ୱପୂର୍ଣ୍ଣ ସାମ୍ବାଦିକ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ମୋଦିଙ୍କ ଛବିକୁ ମଳିନ କରିବାକୁ କଂଗ୍ରେସର ଏହା ଏକ ଆପ୍ରାଣ ଉଦ୍ୟମ “ ବୋଲି ସମ୍ବିତ ପାତ୍ର ମଙ୍ଗଳବାର ଟୁଇଟ୍‌ କରିଛନ୍ତି।

Share