Categories: ଜାତୀୟ

‘ଅନ୍ୟ କାନ୍ଧରେ ବନ୍ଧୁକ ରଖି ଚଲାଇବା ରାହୁଲଙ୍କ ଅଭ୍ୟାସ’

ନୂଆଦିଲ୍ଲୀ,୬।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏକ ଟୁଇଟକୁ ନେଇ ରାଜନୀତି ସରଗରମ ହୋଇଛି। ସେ କୃଷକ ଆନ୍ଦୋଳନର ଏକ ପୁରୁଣା ଫଟୋ ଟୁଇଟ୍‌ କରିବା ପରେ ଭାଜପା ତାଙ୍କ ଉପରେ ବର୍ଷିଛି। ଦଳର ମୁଖପାତ୍ର ସମ୍ବିତ ପାତ୍ର ରାହୁଲଙ୍କୁ ଜବାବ ଦେଇ କହିଛନ୍ତି ଯେ, ଯେତେବେଳେ ଦେଶରେ ବି ଭ୍ରମ ଏବଂ ମିଛ ରାଜନୀତି ହୋଇଥାଏ, ସେଠାରେ ରାହୁଲ ଗାନ୍ଧୀଙ୍କ ହାତ ଥାଏ। ଫଟୋ ଟୁଇଟ୍‌ ହେବା ପରେ ଟ୍ରୋଲରମାନେ ରାହୁଲ ଗାନ୍ଧୀଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।
ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ସୋମବାର ଟୁଇଟରରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋ ଅତୀତରେ କୃଷକଙ୍କ ଆନ୍ଦୋଳନ ବୋଲି ଜଣାପଡିଛି। କିନ୍ତୁ ରାହୁଲ ଗାନ୍ଧୀ ରବିବାର ଅନୁଷ୍ଠିତ କିସାନ ମହାପଞ୍ଚାୟତ ପ୍ରସଙ୍ଗ କରି ଲେଖିଛନ୍ତି – ରହିଛନ୍ତି। ନିର୍ଭୟରେ ଏଠି ଅଛନ୍ତି, ଭାରତର ଭାଗ୍ୟ ବିଧାତା। ଏନେଇ ସମ୍ବିତ କହିଛନ୍ତି, ରାହୁଲ ଗାନ୍ଧୀ କୃଷକ ଆନ୍ଦୋଳନର ପୁରୁଣା ଫଟୋ ଟୁଇଟ୍‌ କରି ଏହାକୁ ବର୍ତ୍ତମାନର ବୋଲି କହିଛନ୍ତି। ରାହୁଲ ଗାନ୍ଧୀ ଭଲ ଭାବରେ ଜାଣିଛନ୍ତି ଯେ, କଂଗ୍ରେସ ଏବେ ଅଧ୍ୟକ୍ଷ ବିହୀନ, ତେଣୁ କଂଗ୍ରେସ କୌଣସି ପ୍ରସଙ୍ଗ ଉଠାଇବାକୁ ଅସମର୍ଥ। ସେଥିପାଇଁ ସେ ମିଛ ଫଟୋ ମାଧ୍ୟମରେ ରାଜନୀତି କରିବାକୁ ଚେଷ୍ଟା କରନ୍ତି ବୋଲି ସେ କହିଛନ୍ତି।

Share