ବରୁଣେଶ୍ୱର ପୀଠ କାର୍ଯ୍ୟ ବିଳମ୍ବ ନେଇ ଭାଜପା-ବିଜେଡି ଦୋଷ ଲଦାଲଦି

ପ୍ରୀତିପୁର,୨୩ା୮(ସୁଶାନ୍ତ ବେହୁରିଆ): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ବରୁଣେଶ୍ୱର କ୍ଷେତ୍ରର ରୂପାନ୍ତରୀକରଣ କାର୍ଯ୍ୟ ବିଳମ୍ବକୁ ନେଇ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି ପୀଠର ବିକାଶ ପାଇଁ ତତ୍କାଳୀନ ସରକାର ଘୋଷଣା କରିବା ପରେ ଅଞ୍ଚଳରେ ଆନନ୍ଦ ପ୍ରକାଶ ପାଇଥିଲା। ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ଏଥିନିମନ୍ତେ ଟେଣ୍ଡର କରାଯାଇ ବିଶ୍ୱନାଥ ସାହୁ ନାମକ ଠିକାଦାରଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ଏଥିନିମନ୍ତେ ୩.୩ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ଏହି ଅର୍ଥରେ ବରୁଣେଶ୍ୱର ପୀଠ ଚତୁଃପାର୍ଶ ପାଚେରି, ପୁଷ୍କରିଣୀ, ରୋଷଘର, ଶୌଚାଳୟ ସମେତ ମୁଖ୍ୟମନ୍ଦିରକୁ ଭଙ୍ଗାଯାଇ ସୁଉଚ୍ଚ ମନ୍ଦିର କରାଯିବାକୁ ଡିଜାଇନ ପ୍ରସ୍ତୁତ ହୋଇଥିଲା। ମାତ୍ର ପ୍ରଥମେ ଜାଗା ମାପଚୁପ କରାଯାଇ ପାଚେରି ନିର୍ମାଣ କରାଯିବାକୁ ସ୍ଥାନୀୟ ସରପଞ୍ଚଙ୍କ ସମେତ ଅଞ୍ଚଳବାସୀ ଦାବିକରିବାରୁ କାର୍ଯ୍ୟ ବିଳମ୍ବ ହୋଇଥିଲା। ଏହାପରେ ସାଧାରଣ ନିର୍ବାଚନ ହୋଇଥିଲା। ସରକାର ପରିବର୍ତ୍ତନ ହେବାରୁ ସମ୍ପୃକ୍ତ ଠିକାଦାର କାର୍ଯ୍ୟ କରିବାକୁ ଅମଙ୍ଗ ହୋଇଥିଲେ। ରାଜ୍ୟରେ ନୂଆ ସରକାର ୫-ଟି ବ୍ୟବସ୍ଥାକୁ ରଦ୍ଦ କରିବା ଦ୍ୱାରା ବରୁଣେଶର କ୍ଷେତ୍ରର ରୂପାନ୍ତୀକରଣ ବନ୍ଦ ହୋଇଯିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏତିକିବେଳେ ଭାଜପା ନେତ୍ରୀ ବବିତା ମଲିକ କାର୍ଯ୍ୟ ବିଳମ୍ବ ପଛରେ ପିସି କାରବାର ଓ ସ୍ଥାନୀୟ ବିଧାୟିକାଙ୍କୁ ଦାୟୀ କରିଛନ୍ତି। ଅନ୍ୟପକ୍ଷରେ ଖୁବ୍‌ଶୀଘ୍ର ମନ୍ଦିର ରୂପାନ୍ତରିକରଣ କାର୍ଯ୍ୟ ଆରମ୍ଭ ହେବ ବୋଲି ବିଜେଡି ଖବରଦାତା ସମ୍ମିଳନୀ କରି ଦୃଢ଼ୋକ୍ତି ପ୍ରକାଶ କରିଛି। ଏ ସମ୍ପର୍କରେ ପୂର୍ତ୍ତ ଓ ଗୃହନିର୍ମାଣ ବିଭାଗ ସହକାରୀ ଅଧୀକ୍ଷଣ ଯନ୍ତ୍ରୀ ରାମଚନ୍ଦ୍ର ମଲ୍ଲିକଙ୍କୁ ପଚାରିବାରେ ସେ କହିଛନ୍ତି, ଠିକାଦାରଙ୍କୁ କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ତାଗିଦ କରାଯାଇଛି। ଯଦି ସେ କାର୍ଯ୍ୟ ଆରମ୍ଭ ନ କରନ୍ତି ତେବେ ପୁନର୍ବାର ଟେଣ୍ଡର କରିଯିବ। ବିଞ୍ଝାରପୁର ତହସିଲଦାରଙ୍କୁ ପଚାରିବାରେ ଶୁକ୍ରବାର ବରୁଣେଶ୍ୱର ପୀଠରେ ଥିବା ସରକାରୀ ଜମି ମାପଚୁପ କରାଯିବ ବୋଲି କହିଛନ୍ତି।
ବାବା ବରୁଣେଶ୍ୱର ପୀଠର ବିକାଶ ନିମନ୍ତେ ଦଳ ମତ ନିର୍ବିଶେଷରେ ସମସ୍ତେ ଏକଜୁଟ ହୋଇ ସହଯୋଗ କରିବାର ଆବଶ୍ୟକତା ରହିଛି ବୋଲି ଯୁବ ବିଜେଡି ନେତା ଜିତେନ୍ଦ୍ର ପ୍ରଧାନ କହିଛନ୍ତି। ପୀଠର ବିକାଶ ନିମନ୍ତେ ସ୍ଥାନୀୟ ବିଧାୟିକାଙ୍କ ପିସି କାରବାର ହିଁ ପ୍ରମୁଖ ପ୍ରତିବନ୍ଧକ ବୋଲି ଭାଜପା ନେତା ନିରଞ୍ଜନ ବେହୁରିଆ ମତ ରଖିଛନ୍ତି। ସେହିପରି ବରୁଣେଶ୍ୱର ପୀଠର ବିକାଶ ନିମନ୍ତେ ରାଜ୍ୟସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ଭାଜପା ନେତ୍ରୀ ବିବିତା କହିଛନ୍ତି। ତେବେ ବରୁଣେଶ୍ୱର ପୀଠର ରୂପାନ୍ତୀକରଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ନୂତନ ଜିଲାପାଳଙ୍କ ନିକଟରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଟିରୁ ମଦ ଆଣି କୋଠିରେ ବିକୁଥିଲେ ଦୁଇ ଭାଇ, ଥାନାର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

କୋକସରା,୧୮ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ଗମ୍ଭାରୀଗୁଡ଼ା ପଞ୍ଚାୟତ ଚିକିଲି ଗ୍ରାମର ରମେଶ ସାହୁ ଓ ରାଜେଶ ସାହୁ ଦୁଇଭାଇ ଦୀର୍ଘ...

ଦୋକାନରେ ଖୁଆଇଲେ, ପରେ ବ୍ରିଜ୍‌ ଉପରୁ ପୁଅକୁ ଧରି ନଦୀକୁ ଡେଇଁପଡ଼ିଲେ ମା’

ପିପିଲି,୧୮ା୯(ଦୁର୍ଗାମାଧବ ମିଶ୍ର): ପୁରୀ ଜିଲା ପିପିଲି ନିକଟବର୍ତ୍ତୀ ଜଗନ୍ନାଥପୁରସ୍ଥିତ ଭାର୍ଗବୀ ନଦୀକୁ ଡେଇଁ ପୁଅଙ୍କ ସହ ଆତ୍ମହତ୍ୟା କରିଛନ୍ତି ଜଣେ ମା’। ମୃତକ ମହିଳା ଜଣକ...

ଗଣେଶ ମେଢ଼ ଭସାଣି ବେଳେ ଇଲେକ୍ଟ୍ରି ତାରରେ ଲାଗିଗଲା ଡିଜେ, ଚାଲିଗଲା ଯୁବକଙ୍କ ଜୀବନ

ପୁରୁଷୋତ୍ତମପୁର,୧୮ା୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ବୁଧବାର ଗଣେଶ ମେଢ଼ ଭସାଣି ବେଳେ ବିଦ୍ୟୁତ୍‌ ଆଘାତରେ ପବିତ୍ର ସାହୁ( ୨୨)ଙ୍କ...

ଶୋଇଥିବା ବେଳେ ନାବାଳିକାଙ୍କୁ କାମୁଡ଼ି ଦେଲା ସାପ, ଆଉ ତା’ ପରେ…

ଅତାବିରା,୧୮ା୯(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଅତାବିରା ଥାନା ଲରମ୍ଭା ଅମସ୍ତଲାରେ ବିଷାକ୍ତ ସାପ କାମୁଡ଼ାରେ ବୁଧବାର ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ...

ଅଫିସ ଖୋଲି ଯୁବତୀଙ୍କ ଇଣ୍ଟରଭ୍ୟୁ ନେବା ସହ ଦେଉଥିଲେ ମିଛ ଅଫର ଲେଟର, ଏମିତି ପଡ଼ିଲେ ଧରା…

ବାଲିଗୁଡ଼ା,୧୮ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ ହୋଇଛି। ଠକେଇର ଶିକାର ହୋଇଥିବା ବୁଦ୍ଧଦେବ ପ୍ରଧାନ ଏବଂ ଲିଳିମା ପ୍ରଧାନଙ୍କ ପକ୍ଷରୁ...

ନାବାଳିକାକୁ ଗର୍ଭବତୀ କରି ହତ୍ୟା ଉଦ୍ୟମ ଅଭିଯୋଗ: ଘଟଣାର ଆଠ ଦିନ ପରେ ବି ପୋଲିସ ନିଷ୍କ୍ରିୟ

ବଣାଇଁ,୧୮ା୯(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅଞ୍ଚଳରେ ଆଠ ଦିନ ତଳେ ଘଟିଥିବା ଏକ ଚାଞ୍ଚଲ୍ୟକର ଘଟଣା ବୁଧବାର ଲୋକଲୋଚନକୁ ଆସିଛି। ଘଟଣା ଚର୍ଚ୍ଚାର...

ରତ୍ନଭଣ୍ଡାର ଯାଞ୍ଚ କରି ଫେରିବା ପରେ ଏହି ବଡ଼ ସୂଚନା ଦେଲେ ଶ୍ରୀମନ୍ଦିର ପ୍ରଶାସକ, କହିଲେ ଆଗକୁ …

ପୁରୀ,୧୮ା୯: ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୁଧବାର ଲେଜର ସ୍କାନିଂ ହୋଇଛି। ଏଏସ୍‌ଆଇ ଏଡିଜି ଜାନ ଭିଜ ଶର୍ମାଙ୍କ ନେତୃତ୍ୱରେ ଆଜି ୧୭ ଜଣିଆ ଟିମ୍‌ ଯାଞ୍ଚ କରିବା...

ପୁଣି ଲଜ୍ଜା: ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା, ନ୍ୟାୟ ପାଇଁ ଧାରଣାରେ ବସିଲେ ଗ୍ରାମବାସୀ

ତେନ୍ତୁଳିଖୁଣ୍ଟି,୧୮ା୯(ଚିଦାନନ୍ଦ ସାହୁ) : ନବରଙ୍ଗପୁର ଜିଲାର ତେନ୍ତୁଳିଖୁଣ୍ଟି ବ୍ଲକର କଣ୍ଟା ଗାଁରେ ପୁଣି ଲଜ୍ଜା। ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri