ଭାଜପା କର୍ମୀଙ୍କୁ ‘ଜୋତାରେ ପିଟ’ କହି ଏବେ….

ପ୍ରୀତିପୁର,୬ା୧୦(ସୁଶାନ୍ତ ବେହୁରିଆ): ଗାନ୍ଧୀ ଜୟନ୍ତୀଠାରୁ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ଏହି ପଦଯାତ୍ରା ସମୟରେ ଯାଜପୁର ଜିଲା ଦଶରଥପୁର ବ୍ଲକ ବିଜେଡି ସଭାପତି ଅଜୟ କୁମାର ମହାନ୍ତି ଭାଜପା କର୍ମୀଙ୍କୁ ‘ଜୋତାରେ ପିଟ’ ବୋଲି ଦେଇଥିବା ମନ୍ତବ୍ୟ ଉପରେ ରବିବାର କ୍ଷମା ପ୍ରାର୍ଥନା କରିଛନ୍ତି। ଏଭଳି ମନ୍ତବ୍ୟ ନେଇ ଭାଜପା ପକ୍ଷରୁ ଦଶରଥପୁର ଥାନାରେ ଏତଲା ଦାଏର କରାଯାଇଥିଲା। ଯାହାକୁ ନେଇ ଦଶରଥପୁର ଅଞ୍ଚଳରେ ଭାଜପା ଓ ବିଜେଡି କର୍ମୀଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଥିଲା।
ଗାନ୍ଧୀ ଜୟନ୍ତୀ ଅବସରରେ କୁଆଁସ ମଙ୍ଗଳା ପୀଠରେ ଅନୁଷ୍ଠିତ ବିଜେଡି ସଭାରେ ଅଜୟ ଭାଜପା କର୍ମୀଙ୍କୁ ଜୋତାରେ ପିଟ ବୋଲି ମନ୍ତବ୍ୟ ଦେଇଥିଲେ। ରବିବାର ଉକ୍ତ କୁଆଁସ ପୀଠରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ବକ୍ତବ୍ୟ ଦେଉଥିବା ସମୟରେ ନକରାତ୍ମକ ଶବ୍ଦ ପାଟିରୁ ବାହାରି ଯାଇଥିଲା। କୌଣସି ବ୍ୟକ୍ତିବିଶେଷ କିମ୍ବା ରାଜନୈତିକ ଦଳକୁ ଆକ୍ଷେପ କରିବା ତାଙ୍କ ଉଦ୍ଦେଶ୍ୟ ନୁହେଁ। ଏପରି ଶବ୍ଦ ବାହାରି ଯିବା ଠିକ ନୁହେଁ ବୋଲି ଉପଲବ୍ଧି କରିଛନ୍ତି। ଏକ ରାଜନୈତିକ ଦଳର ବ୍ଲକ ସଭାପତି ଭାବେ ନିଜ ଦଳ ସହ ସବୁ ଦଳ ପ୍ରତି ଯଥେଷ୍ଟ ସମ୍ମାନ ରହିଛି, ଆଗକୁ ରହିଥିବ ବୋଲି ସେ ପ୍ରକାଶ କରିଛନ୍ତ। ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜୋନ ସଭ୍ୟା ମାମିନା ମଲ୍ଲିକ, ପଙ୍କଜ ଜେନା, ଧର୍ମରାଜ ଧୀର, ପ୍ରଭାତ ନାୟକ, ମାନସ ସାମଲ, ସୁଶାନ୍ତ ବାରିକ ଓ ଶୁଭ୍ରାଂଶୁ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା: ୯ରେ SHG ମହିଳାଙ୍କୁ…

ଭୁବନେଶ୍ୱର,୭।୧୦: ‘ସୁଭଦ୍ରା’ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଆଜି ୧ ଟଙ୍କା ଯାଇଛି। ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ପାଇଁ ଖାତାକୁ ପରୀକ୍ଷାମୂଳକ ଭାବେ ଟଙ୍କାଟିଏ ଆସିଛି।...

ହେଲିକପ୍ଟର ମାଗିଲେ ମୁଖ୍ୟମନ୍ତ୍ରୀ, କହିଲେ…

ନୂଆଦିଲ୍ଲୀ/ଭୁବନେଶ୍ୱର,୭ା୧୦: ନକ୍ସଲ ମୁକାବିଲା ବୈଠକରେ କେନ୍ଦ୍ର ସହଯୋଗ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନକ୍ସଲ ଅପରେଶନ ତୀବ୍ର କରିବାକୁ ୧୨ କମ୍ପାନୀ ଫୋର୍ସ ମାଗିଲେ...

ଆକାଉଣ୍ଟକୁ ଆସିଲା ‘ସୁଭଦ୍ରା’ର ୧ ଟଙ୍କା, ୯ରେ ଆସିବ ଆଉ…

ଭୁବନେଶ୍ୱର,୭ା୧୦: ‘ସୁଭଦ୍ରା’ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୧ ଟଙ୍କା। ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ପାଇଁ ଖାତାକୁ ପରୀକ୍ଷାମୂଳକ ଭାବେ ଟଙ୍କାଟିଏ  ଆସିଛି। ୯...

ଚକଦର ପ୍ରକଳ୍ପକୁ ନେଇ ତେଜିଲା ବିରୋଧ: ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

କେନ୍ଦୁଝର,୭।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତେଲକୋଇଠାରେ ପ୍ରସ୍ତାବିତ ଚକଦର ପ୍ରକଳ୍ପକୁ ବିରୋଧ କରି ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ଘରାଉ କରାଯାଇଛି। ସମାକୋଇ ଚକଦର ପ୍ରକଳ୍ପ...

ପ୍ରସନ୍ନଙ୍କୁ କାଉଣ୍ଟର କଲେ ସମୀର, କହିଲେ ଏବେ ବି ବିଜେଡି ମଧ୍ୟରେ…

ଭୁବନେଶ୍ୱର,୭ା୧୦: ବିଜେଡିର ବରିଷ୍ଠ ନେତା ତଥା ରେଢ଼ାଖୋଲର ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ମନ୍ତବ୍ୟକୁ କଡ଼ା କାଉଣ୍ଟର କରିଛନ୍ତି ଭାଜପାର ପୂର୍ବତନ ସଭାପତି ସମୀର ମହାନ୍ତି। ଏନେଇ...

ଗାଁ ଦାଣ୍ଡରେ ଯୁବକଙ୍କୁ ଛୁରି ଭୁସି ହତ୍ୟା

ସୁନ୍ଦରଗଡ଼,୭।୧୦(ଜୟନାରାୟଣ ମେଣ୍ଡୁଳି): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ...

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଆଜି ଆକାଉଣ୍ଟକୁ ଯିବ ‘ସୁଭଦ୍ରା’ର ୧ ଟଙ୍କା, ୯ ତାରିଖରେ କେଉଁମାନଙ୍କୁ ମିଳିବ ଜାଣି ରଖନ୍ତୁ…

ଭୁବନେଶ୍ୱର,୭ା୧୦: ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ର ୧ ଟଙ୍କା ସୋମବାର ବ୍ୟାଙ୍କ ଖାତାକୁ ଆସିବ। ଏନେଇ ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରୀଡ଼ା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri