Posted inUncategorized

ଭାଜପା-ବିଜେଡି ବାହାଘର

ଛେଣ୍ଡିପଦା,୩।୩ (ଅଜିତ ଧଳ): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କୋଶଳାସ୍ଥିତ ମା’ ରାମଚଣ୍ଡୀଙ୍କ ପୀଠ ସମ୍ମୁଖରେ ବ୍ଲକ କଂଗ୍ରେସ ପକ୍ଷରୁ ଶନିବାର ଭାଜପା ଓ ବିଜେଡି ମଧ୍ୟରେ ବାହାଘର କରାଯାଇଛି। ଭାଜପା ଓ ବିଜେଡି ମଧ୍ୟରେ ଭିତିରିଆ ସମ୍ପର୍କ ରହିଛି ଓ ଏହା ଗତ ରାଜ୍ୟ ସଭା ନିର୍ବାଚନ ବେଳେ ପ୍ରମାଣିତ ହୋଇଥିବା ଅଭିଯୋଗ କରିଛି ବ୍ଲକ କଂଗ୍ରେସ। ବ୍ଳକ କଂଗ୍ରେସ ସଭାପତି କୃତାର୍ଥ ଦେହୁରୀ ଓ କଂଗ୍ରେସ ନେତା ଗୋବିନ୍ଦ ନାଏକଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବରଯାତ୍ରୀ ବେଶରେ ଶତାଧିକ କଂଗ୍ରେସ କର୍ମୀ ଏଥିରେ ସାମିଲ ହୋଇଥିଲେ। ଭାଜପା ଓ ବିଜେଡି ପରସ୍ପରର ଭଲ ବନ୍ଧୁ। ଦୀର୍ଘବର୍ଷ ଧରି ଲିଭ୍‌ ଇନ୍‌ ରିଲେଶନରେ ଅଛନ୍ତି ବୋଲି ଅଖିଳ ଭାରତ ମହିଳା କଂଗ୍ରେସ ସମ୍ପାଦିକା ସସ୍ମିତା ବେହେରା ଜନସାଧାରଣଙ୍କୁ ସଚେତନ କରିଥିଲେ। ଉଭୟ ଦଳର ଭିତିରି ସମ୍ପର୍କ ଯୋଗୁ ଓଡ଼ିଶାରେ ଦୁର୍ନୀତି ଭରି ରହିଛି। ଏଣୁ ଜନସାଧାରଣ ସଚେତନ ହେବା ସହିତ ଏପରି ସରକାରଙ୍କୁ ହଟାଇ କଂଗ୍ରେସ ସହିତ ରହିବା ପାଇଁ ଗୋବିନ୍ଦ ନାଏକ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଅଶୋକ ପ୍ରଧାନ, ଉଦୟ ନାଥ ବେହେରା, ଅଜୟ ବେହେରା, ଜିତେନ ସାହୁ, ପ୍ରିୟବ୍ରତ ସାହୁ, ଅଭିରାମ ସାହୁ, ବିଶ୍ୱଜିତ ପ୍ରଧାନ, ସୁରେଶ ସାହୁ, ଦିଲେଶ୍ୱର ସେଠୀ, ପ୍ରତାପ ପ୍ରଧାନ, ସୁଶାନ୍ତ ସାହୁ, ନିର ମାଝିଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ସହ ବନ୍ଧୁତା ଯୋଗୁ ବରବାଦ୍‌ ହେଉଛନ୍ତି ଏଲନ ମସ୍କ: ୯ ଲକ୍ଷ କୋଟି ଟଙ୍କା ସହିଲେଣି କ୍ଷତି

ଓ୍ବାଶିଂଟନ୍‌,୧୦।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସବୁଠାରୁ ନିକଟତମ ବନ୍ଧୁ ଏବଂ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଆଜିକାଲି ତାଙ୍କ ବନ୍ଧୁଙ୍କ କାରଣରୁ...

ପିଲାଙ୍କ ଭଳି ନାଚିଲେ ୭୫ ବର୍ଷୀୟ ସୁନୀଲ ଗାଭାସ୍କର:ଭିଡିଓ ଦେଖିଲେ ମୁଣ୍ଡରେ ଦେବେ ହାତ

ଦୁବାଇ,୧୦।୩: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ତୃତୀୟ ଥର ଆଇସିସି ଟାଇଟଲ ଜିତିବା ପରେ ଦୁବାଇ ଗ୍ରାଉଣ୍ଡରେ ଅଭିଜ୍ଞ କ୍ରିକେଟର ସୁନୀଲ ଗାଭାସ୍କର ଖୁସିରେ...

ଫାଇନାଲରେ ଶାମୀ ଗୁରୁତର ଆହତ, ରକ୍ତ ଜୁଡ଼ୁବୁଡ଼ୁ ହେଲା ହାତ !

ଦୁବାଇ,୯।୩: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲ ମୁକାବିଲା ଖେଳାଯାଉଛି। ଦୁବାଇରେ ଖେଳାଯାଉଥିବା ଏହି ମୁକାବିଲାରେ ଭାରତୀୟ ଟିମ୍‌ ଲାଗି ଏକ ଖରାପ ଖବର...

ଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ହାରିଯିବ କି ଟିମ୍‌ ଇଣ୍ଡିଆ! ଚମକାଉଛି ଏହି ରେକର୍ଡ…

ନୂଆଦିଲ୍ଲୀ,୬।୩: ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ଭାରତ ଏବଂ ନ୍ୟୁଜିଲାଣ୍ଡ ଦଳ ମୁହାଁମୁହିଁ ହେବେ। ପ୍ରଥମ ସେମିଫାଇନାଲରେ ଟିମ ଇଣ୍ଡିଆର ଚମତ୍କାର ବିଜୟ ପରେ ବୁଧବାର ଦ୍ୱିତୀୟ...

ଲଣ୍ଡନରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ଉପରେ ଆକ୍ରମଣ ଉଦ୍ୟମ, ତ୍ରିରଙ୍ଗା ଚିରିଲେ ଖଲିସ୍ତାନୀ ସମର୍ଥକ-Video

ଲଣ୍ଡନ,୬।୩: ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ତାଙ୍କର ୬ ଦିନିଆ ୟୁକେ ଏବଂ ଆୟର୍ଲାଣ୍ଡ ଗସ୍ତରେ ଅଛନ୍ତି। ବୈଦେଶିକ ମନ୍ତ୍ରୀ ଚାଥାମ ହାଉସରେ ପହଞ୍ଚିବା ପୂର୍ବରୁ...

ହାର୍ଦ୍ଦିକଙ୍କ ବିସ୍ଫୋରକ ଛକା ଦେଖି ଖୁସିରେ ଡେଇଁଲେ ଗର୍ଲଫ୍ରେଣ୍ଡ

ଦୁବାଇ,୫।୩: ହାର୍ଦ୍ଦିକ ପାଣ୍ଡ୍ୟା ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୮ ରନ୍‌ରେ ଏକ ଧମାକାଦାର ଇନିଂସ ଖେଳିଥିଲେ। ସେ ଆଉଟ ହେବାବେଳେ ଭାରତ...

Video: ଚାମ୍ପିଅନ୍ସ ଟ୍ରଫିରେ ଘଟିଥାନ୍ତା ବଡ଼ ଅଘଟଣ, ରୋହିତଙ୍କ ଯୋଗୁ ବିପଦରେ ପଡ଼ିଲା ଜୀବନ…

ଦୁବାଇ,୪।୩: ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ନିଜର ବିସ୍ଫୋରକ ବ୍ୟାଟିଂକୁ ନେଇ ଜଣାଶୁଣା। ଯେବେବି ସେ ଶଟ୍‌ ଖେଳନ୍ତି ବିରୋଧି ଅଧିନାୟକ ଚିନ୍ତାରେ ପଡ଼ିଯାଆନ୍ତି।...

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ‘ବିଶ୍ୱାସଘାତକ’ ରାଜନୀତି କରୁଛନ୍ତି: ଅଧିର ରଞ୍ଜନ

ନୂଆଦିଲ୍ଲୀ,୨୮।୨: ବରିଷ୍ଠ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଶୁକ୍ରବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। କଂଗ୍ରେସ ନେତା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image