ମେଣ୍ଟକୁ ନେଇ ଘନଘନ ବୈଠକ: ବିଜେଡ଼ି, ଭାଜପା କହିଲେ…

ଭୁବନେଶ୍ୱର, ୧୨।୩: ରାଜ୍ୟରେ ମେଣ୍ଟକୁ ନେଇ ଦ୍ୱନ୍ଦ ଲାଗି ରହିଥିବା ବେଳେ । କେଉଁଠି ନା କେଉଁଠି   ଲୋକଙ୍କ ମନକୁ ଆସୁଛି  ମେଣ୍ଟ ହେବ! ଭାଜପା-ବିଜେଡି ମେଣ୍ଟକୁ ନେଇ ଚର୍ଚ୍ଚା ଥମୁ ନଥିବା ବେଳେ ମଙ୍ଗଳବାର ଏହା ସ୍ପଷ୍ଟ ହୋଇପାରେ  ବୋଲି କୁହାଯାଉଛି। ରାଜ୍ୟ ରାଜଧାନୀରୁ ନେଇ ଦିଲ୍ଲୀ ପର୍ଯ୍ୟନ୍ତ ସବୁଠି ଘନ ଘନ ବୈଠକ ।
ଆସନ ବୁଝାମଣାକୁ ନେଇ ଚର୍ଚ୍ଚା ଭିତରେ ପ୍ରତିକ୍ରିୟା ରଖିଛନ୍ତି ଉଭୟ ଭାଜପା ଓ ବିଜେଡି ନେତା । ଭାଜପା ବିଧାୟକ ନାଉରୀ ନାୟକ କହିଛନ୍ତି, ଶୀର୍ଷ ନେତୃତ୍ୱ ଯାହା ନିଷ୍ପତି ନେବେ ଦଳର ଶୃଙ୍ଖଳିତ କର୍ମୀ ଭାବେ ତାକୁ ଗ୍ରହଣ କରିବେ । ପ୍ରଧାନମନ୍ତ୍ରୀ ଯାହା ନିଷ୍ପତି ନେବେ ଭାଜପା  ଏବଂ ଓଡ଼ିଶା ପାଇଁ ଭଲ ହେବ ବୋଲି କହିଛନ୍ତି ନାଉରୀ ନାୟକ ।
ସେହିପରି ବିଧାୟକ ସୂରଜ ସୂର୍ଯ୍ୟବଂଶୀ କହିଛନ୍ତି, ମେଣ୍ଟ ନେଇ ରାଜ୍ୟ ସଭାପତି ପୂର୍ବରୁ କହି ସାରିଛନ୍ତି ।
ଅନ୍ୟପକ୍ଷେ ବିଜେଡି ବିଧାୟକ ପର୍ଶୁରାମ ଧଡ଼ା କହିଛନ୍ତି, ମେଣ୍ଟ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ । ମୁଖ୍ୟମନ୍ତ୍ରୀ ଓଡ଼ିଶା ସ୍ବାର୍ଥ ପାଇଁ ସବୁବେଳେ ପଦକ୍ଷେପ ନେଇଥାନ୍ତି ଓ ନେଉଛନ୍ତି । ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତିି ନେବେ ସମସ୍ତେ ତାକୁ ମାନିବେ । ଆସନ ବୁଝାମଣା ନେଇ ତର୍ଜମା ଚାଲିଛି ।
Share