ନିର୍ବାଚନ ପରେ ଭାଜପା-ବିଜେଡି ପୁଣି ଏକାଠି ହୋଇଯିବେ: ଖାର୍ଗେ

ବାଲେଶ୍ୱର, ୩୦।୫(ମାନସ ବିଶ୍ୱାଳ)ଭାଜପା ଯାହା ଚାହୁଁଛି ବିଜେଡି ତାକୁ ସମର୍ଥନ କରୁଛି। ଏବେ ପରସ୍ପର ଅଲଗା ଅଲଗା ଅଛନ୍ତି। ମାତ୍ର ନିର୍ବାଚନ ପରେ ପୁଣି ଭାଜପା-ବିଜେଡି ଏକାଠି ହୋଇଯିବେ ବୋଲି ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖାର୍ଗେ କହିଛନ୍ତି। ବାଲେଶ୍ୱର ସହର ନିକଟସ୍ଥ କୁରୁଡ଼ା ହାଟ ପଡିଆରେ ବୁଧବାର ଅନୁଷ୍ଠିତ କଂଗ୍ରେସର ନିର୍ବାଚନୀ ସଭାରେ ଖାର୍ଗେ ଏହା କହିଛନ୍ତି। ସଭାରେ ଭାଜପାକୁ ଟାର୍ଗେଟ କରି ଖାର୍ଗେ କହିଛନ୍ତି, ଭାଜପା ଦେଶ ପାଇଁ ବିପଦ। ଭାଜପାକୁ ଯଦି ନ ହଟାଇବେ ତେବେ ସମ୍ବିଧାନ ବିପଦରେ, ଲୋକତନ୍ତ୍ର ବି ବିପଦରେ ରହିବ। ଲୋକତନ୍ତ୍ର ଓ ସମ୍ବିଧାନ ବିପଦରେ ରହିବ ମାନେ ଆମ ଭବିଷ୍ୟତ ବି ବିପଦରେ ରହିବ। ସେମାନଙ୍କୁ ହଟାଇବା ଜରୁରୀ। ଦେଶରେ ଗରିବୀ ଏତେମାତ୍ରାରେ ବଢୁଛି ଯେ, ଲୋକେ ଚିନ୍ତାରେ ଅଛନ୍ତି। ଯୁବକଙ୍କୁ ଚାକିରି ମିଳୁନି, କିନ୍ତୁ ମୋଦିଙ୍କୁ ଏଥିଲାଗି କୌଣସି ଚିନ୍ତା ନାହିଁ। ଦେଶକୁ ବଞ୍ଚାଇବା ଆମର ଏକମାତ୍ର ଚିନ୍ତା।

ଗରିବଙ୍କୁ ଯେଉଁ ସଂରକ୍ଷଣ ମିଳିଛି, ତାକୁ ଶେଷ କରି ଦେବାକୁ ମୋଦି ସରକାର ଲାଗିଛନ୍ତି। ମଣିପୁର ଜଳୁଥିବା ବେଳେ ପ୍ରଧାନମନ୍ତ୍ରୀ ବିଦେଶରେ ବୁଲୁଥିଲେ। ଏଥିସହ ଖାର୍ଗେ ବିଜେଡିକୁ ମଧ୍ୟ ଟାର୍ଗେଟ କରିଛନ୍ତି।
ଜିଲା କଂଗ୍ରେସ ସଭାପତି ସଞ୍ଜୀବ ଗିରି ମଞ୍ଚ ପରିଚାଳନା କରିଥିବା ବେଳେ ବାଲେଶ୍ୱର ଏମ୍‌ପି ପ୍ରାର୍ଥୀ ଶ୍ରୀକାନ୍ତ ଜେନା ସ୍ବାଗତଭାଷଣ ଦେଇ କଂଗ୍ରେସ ଆସିଲେ ବାଲେଶ୍ୱରରେ ସର୍ବାଙ୍ଗୀନ ଉନ୍ନତି ହେବ। ପୁଣି ଥରେ ୨୦୦୯ରୁ ୨୦୧୪ ଭଳି ଲୋକମାନେ କୌଣସି କାମ ପାଇଁ ଦିଲ୍ଲୀ ନ ଯାଇ ଉକ୍ତ କାର୍ଯ୍ୟ ବାଲେଶ୍ୱରରେ ସମ୍ପାଦନ କରିବେ ବୋଲି କହିଛନ୍ତି। ନିର୍ବାଚନୀ ସଭାରେ ପିସିସି ସଭାପତି ଶରତ ପଟ୍ଟନାୟକ, ଜାତୀୟ କଂଗ୍ରେସ ସମ୍ପାଦକ ସାହାନାବାଜ ଚୌଧୁରୀ, ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାର, କଂଗ୍ରେସର ବରିଷ୍ଠ ନେତା ରାମଚନ୍ଦ୍ର ଖୁଣ୍ଟିଆ, ପ୍ରସାଦ ହରିଚନ୍ଦନ, ଅଭୟ ସାଜେଡ୍‌ଙ୍କ ସମେତ ରେମୁଣା ବିଧାୟକ ପ୍ରାର୍ଥୀ ସୁଦର୍ଶନ ଜେନା, ବାଲେଶ୍ୱର ବିଧାୟକ ପ୍ରାର୍ଥତ୍ନୀ ମୋନାଲିସା ସାମଲ, ନୀଳଗିରି ବିଧାୟକ ପ୍ରାର୍ଥୀ ଅକ୍ଷୟ ଆଚାର୍ଯ୍ୟ, ବଡ଼ସାହି ବିଧାୟକ ପ୍ରାର୍ଥୀ କ୍ଷୀରୋଦ ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକ ସଂଘରେ ଫାଟ: ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ବିରୋଧ କଲେ ଗୋଟିଏ ଗୋଷ୍ଠୀ

ଭଦ୍ରକ, ୨୦।୯(ସନାତନ ରାଉତ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘରେ ଫାଟ। ସଂଘ ପକ୍ଷରୁ ଶୁକ୍ରବାର ନୂତନ ଜାତୀୟ ଶିକ୍ଷାନୀତି ସମ୍ବନ୍ଧରେ ଆଲୋଚନା ଚକ୍ର ଓ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ତିରୁପତି ଲଡୁ ବିବାଦକୁ ନେଇ ପଓ୍ବନ କଲ୍ୟାଣଙ୍କ ବଡ଼ ବୟାନ, କହିଲେ ସନାତନ ଧର୍ମ ପାଇଁ…

ହାଇଦ୍ରାବାଦ,୨୦ା୯: ତିରୁପତି ଭେଙ୍କଟେଶ୍ୱରଙ୍କ ମନ୍ଦିର ପ୍ରସାଦ ତିଆରି ପାଇଁ ବ୍ୟବହୃତ ଘିଅରେ ପଶୁ ଚର୍ବି ମିଳିଛି। ଶାସକ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଦାବି କରିଛି...

ଚୌକା-ଛକା ବର୍ଷା କଲେ ଭାରତର ବଡ଼ ଶତ୍ରୁ: ବିସ୍ଫୋରକ ଅନ୍ଦାଜ୍‌ରେ ଜିତାଇଲେ ମ୍ୟାଚ୍‌

ଲଣ୍ଡନ,୨୦।୯: ଅଷ୍ଟ୍ରେଲିଆ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛି। ଏଠାରେ ଉଭୟଙ୍କ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯାଉଛି। ଏହି ସିରିଜର ପ୍ରଥମ ମ୍ୟାଚ...

ଭାଜପା ସରକାର କେବଳ ରଙ୍ଗ ବଦଳାଇବା କାମ କରିଛି: ଦେବାଶିଷ

କଟକ,୨୦ା୯(ଶିଳ୍ପା ପ୍ରିୟଦର୍ଶିନୀ):ଓଡ଼ିଶାରେ ଭାଜପା ସରକାର ଗଠନକୁ ୧୦୦ ଦିନ ପୂରଣ ହୋଇଛି। ଭାଜପା ସରକାରକୁ ଟାର୍ଗେଟ୍‌ କରିଛନ୍ତି ରାଜ୍ୟ ସଭା ସଦସ୍ୟ ତଥା ବିଜେଡି କଟକ...

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ମାଓବାଦୀ, କମ୍ବିଂ ବେଳେ…

ମାଲକାନଗିରି,୨୦ା୯(ଦୁର୍ଯ୍ୟୋଧନ ପାତ୍ର): ଭେଜେଙ୍ଗଓ୍ବାଡା ଜଙ୍ଗଲରେ ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ଖଞ୍ଜି ଏକ ବଡ଼ ଧରଣର କାଣ୍ଡ ଘଟାଇବା ପାଇଁ ଯୋଜନା କରିଥିଲେ। ମାତ୍ର ଏହା ପଣ୍ଡ ହୋଇଯାଇଛି।...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୦।୮:ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୪ର୍ଥ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର...

ରିଲାଏନ୍ସ ଡିଜିଟାଲରେ ଆଇଫୋନ୍‌ ୧୬ ରେଞ୍ଜ

ମୁମ୍ବାଇ,୨୦।୯(ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ରିଲାଏନ୍ସ ଗ୍ରୁପ୍‌ର ଅଗ୍ରଣୀ ପ୍ଲାଟ୍‌ଫର୍ମ ‘ରିଲାଏନ୍ସ ଡିଜିଟାଲ’ରେ ବହୁ ପ୍ରତୀକ୍ଷିତ ଆଇଫୋନ୍‌-୧୬ର ସମସ୍ତ ଭାରିଆଣ୍ଟ (ରେଞ୍ଜ) ଉପଲବ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri