ନିଶ୍ଚିନ୍ତକୋଇଲି,୧୨।୧୨(ଅଶୋକ କୁମାର ମହାପାତ୍ର): କଟକ ଜିଲା କିଶୋରନଗର ଥାନା ଅଧୀନ ମାଣପୁର ପଞ୍ଚାୟତରେ ଭାଜପା ଓ ବିଜେଡି କର୍ମୀ ହାତାହାତି ହୋଇଛନ୍ତି। ଏଥିରେ ୩ ଜଣ ଭାଜପା କର୍ମୀ ଆହତ ହୋଇଥିବା ସୂଚନା ମିଳିଛି। ଗତ ଦୁଇ ଦିନ ହେବ କେନ୍ଦ୍ର ସରକାରଙ୍କର ”ମୋଦି ସରକାର ଗ୍ୟାରେଣ୍ଟି ରଥ“ରେ ସ୍ଥାନୀୟ ବିଜେଡି ମହିଳା କର୍ମୀ ହେ ନବୀନ ବାବୁ ଆମେ ତୁମ ଫ୍ୟାନ ଗୀତରେ ନାଚିବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ପରେ ଭାଜପା ପ୍ରତିକ୍ରିୟାଶୀଳ ହୋଇଥିଲା।
ମଙ୍ଗଳବାର ନିଶ୍ଚିନ୍ତକୋଇଲି ବ୍ଲକରେ ଜିଲା ଭାଜପା ପକ୍ଷରୁ ଏହାର ତଦନ୍ତ ଦାବି କରିବା ସହ ସ୍ଥାନୀୟ ଭାଜପା ପକ୍ଷରୁ ମାଣପୁର ପଞ୍ଚାୟତ ଅଫିସ ସମ୍ମୁଖରେ ଏହାର ପ୍ରତିବାଦ ସଭା ଆୟୋଜିତ ହୋଇଥିଲା। ନେଇ ଏକ ଶୋଭାଯାତ୍ରା କରି ଭାଜପା କର୍ମୀ ଆସିବା ସମୟରେ ଉପସ୍ଥିତ ଥିବା ବିଜେଡି ମହିଳା ଓ ପୁରୁଷ କର୍ମୀମାନେ ଭାଜପା ଅତର୍କିତ ଆକ୍ରମଣ କରଥିଲେ। ଫଳରେ ଦୁଇ ଗୋଷ୍ଠୀ ଭିତରେ ପୋଲିସ ଉପସ୍ଥିତିରେ ଖଣ୍ଡଯୁଦ୍ଧ ହୋଇଥିଲା। ଝାଡ଼ୁ, ଚପଲରେ ପିଟାପିଟି ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି। ଏଥିରେ ୩ରୁ ଊର୍ଦ୍ଧ୍ୱ କର୍ମୀ ଆହତ ହୋଇ ସ୍ଥାନୀୟ ଜଗତସିଂପୁର ଜିଲା ରଘୁନାଘପୁର ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି।
ଅନ୍ୟପଟେ ଭାଜପା କର୍ମୀମାନେ କିଶନନଗର ଥାନାରେ ପୋଲିସକୁ ଲିଖିତ ଏତେଲା ଦେବା ସହ ଗିରଫ ଦାବି କରିଛନ୍ତି। ବିଜେଡି ପକ୍ଷରୁ ମଧ୍ୟ ପାଲଟା ଅଭିଯୋଗ ହେଇଛି। ତେବେ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ରାଜନୈତିକ ଉଷ୍ମତା ଦେଖିବାକୁ ମିଳୁଛି। ନିଶ୍ଚିନ୍ତକୋଇଲି ବ୍ଲକ ସମୁଖରେ ଭାଜପା ପକ୍ଷରୁ ବିଡିଓଙ୍କୁ ଦାବିପତ୍ର ଦିଆଯାଇଛି।