Posted inଜାତୀୟ

ଭାଜପା ହାରିବା ପାଇଁ ଦଳୀୟ ନେତାଙ୍କୁ ଦାୟୀ କଲା! ସାମ୍ନାକୁ ଆସିଲା କଳହ

ନୂଆଦିଲ୍ଲୀ,୧୮।୬: ଉତ୍ତରପ୍ରଦେଶ ଲୋକ ସଭା ନିର୍ବାଚନରେ ଭାଜପାର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା, ଯାହା ପରେ ବର୍ତ୍ତମାନ ଦଳର ଅସନ୍ତୋଷ ସାମ୍ନାକୁ ଆସିବାରେ ଲାଗିଛି। ଦଳର ନେତାମାନେ ଖୋଲା ବିବୃତ୍ତି ଦେଉଛନ୍ତି। ବଲିଆ ସାଲେମପୁର ଲୋକ ସଭା ନିର୍ବାଚନମଣ୍ଡଳୀରୁ ଦୁଇଥର ଭାଜପା ଏମପି ରବୀନ୍ଦ୍ର କୁଶୱାହ ମଧ୍ୟ ତାଙ୍କ ପରାଜୟକୁ ଦଳର ନେତାଙ୍କ ଉପରେ ଦାୟୀ କରିଛନ୍ତି।

ରବିନ୍ଦ୍ର କୁଶୱାହ ଦୁଇଥର ସାଲେମପୁରରୁ ଏମପି ହୋଇଛନ୍ତି। ଭାଜପା ତାଙ୍କୁ ତୃତୀୟ ଥର ପାଇଁ ଏହି ଆସନରୁ ପ୍ରାର୍ଥୀ କରିଥିଲା, କିନ୍ତୁ ଏହି ନିର୍ବାଚନରେ ତାଙ୍କୁ ଇଣ୍ଡିଆ ଆଲାଇନ୍ସଠାରୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ରବିନ୍ଦ୍ର କୁଶୱାହ କେବଳ ୩୫୦୦ ଭୋଟରେ ହାରିଯାଇଛନ୍ତି। ଯାହା ପରେ ଏବେ ତାଙ୍କର ଯନ୍ତ୍ରଣା ନଜର ଆସିଛି।

ପୂର୍ବତନ ଭାଜପ ଏମପି ତାଙ୍କ ପରାଜୟକୁ ସାଲେମପୁର ବିଧାୟକ ତଥା ରାଜ୍ୟ ମନ୍ତ୍ରୀ ବିଜୟ ଲକ୍ଷ୍ମୀ ଗୌତମ ଏବଂ ବଲିଆ ଭାଜପା ଜିଲା ସଭାପତି ସଞ୍ଜୟ ଯାଦବଙ୍କ ଉପରେ ଦାୟୀ କରିଛନ୍ତି। ସେ ଉଭୟ ନେତାଙ୍କୁ ତାଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରିଥିବା ଅଭିଯୋଗ କରି କହିଛନ୍ତି ଯେ ନିର୍ବାଚନରେ ତାଙ୍କୁ ପରାସ୍ତ କରିବାରେ ଏହି ନେତାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ରବିନ୍ଦ୍ର କୁଶୱାହଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି।
ରବିନ୍ଦ୍ର କୁଶୱାହ କହିଛନ୍ତି ଯେ ଯଦି ଭାଜପା ପ୍ରାର୍ଥୀ ହାରନ୍ତି ତେବେ ଏହା ମୋଦି ଏବଂ ଯୋଗୀଙ୍କ ପରାଜୟ। ସେମାନଙ୍କୁ ଦୁର୍ବଳ କରିବା ପାଇଁ ଏହି ଷଡଯନ୍ତ୍ର ରଚିଛି। ସେ ଭାଜପା ଜିଲା ସଭାପତି ସଞ୍ଜୀବ ଯାଦବଙ୍କୁ ସମାଜବାଦି ପାର୍ଟିର ଏଜେଣ୍ଟ ବୋଲି ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯେ ଏଭଳି ବ୍ୟକ୍ତି କ୍ଷଣିକ ପାଇଁ ମଧ୍ୟ ଦଳରେ ରହିବା ଉଚିତ ନୁହେଁ। କୁଶୱାହ ଦାବି କରିଛନ୍ତି ଯେ ପାର୍ଟି ଏଠାରେ ପରିସ୍ଥିତି ବିଷୟରେ ସମ୍ପୂର୍ଣ୍ଣ ଭାବେ ଅବଗତ ଅଛି।
ସେ କହିଛନ୍ତି ଯେ ତାଙ୍କ ପରାଜୟର ସମୀକ୍ଷା କରିବା ପାଇଁ ଦଳ ଗଠନ କରିଥିବା ଟିମ ସମଗ୍ର ଘଟଣାର ଅନୁସନ୍ଧାନ କରିବ। କେଉଁ ଦଳ ଦଳକୁ ବିଶ୍ୱାସଘାତକତା କରିଛନ୍ତି, ଏହା ପରେ ଦଳ ଏହା ଉପରେ ନିଷ୍ପତ୍ତି ନେବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ସରକାରର ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବାଣ୍ଟିଲେ ଆତିଶୀ, ନିଜ ପାଖରେ ରଖିଲେ ଶିକ୍ଷା-ଅର୍ଥ ସମେତ ୧୩ ବିଭାଗ

ନୂଆଦିଲ୍ଲୀ,୨୧।୯: ଦିଲ୍ଲୀ ସରକାର ରେ ଆଜି ନୂଆ ସରକାର ଶପଥ ଗ୍ରହଣ କରିଛନ୍ତି। ଦେଶର ସର୍ବକନିଷ୍ଠ ତଥା ଦିଲ୍ଲୀର ୩ୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ...

ମିଛ ପ୍ରଚାର କରୁଛି ଭାଜପା, ସତକୁ ସହି ପାରୁନାହିଁ, ମୁହଁ ଖୋଲିଲେ ରାହୁଲ

ନୂଆଦିଲ୍ଲୀ,୨୧।୯: ଲୋକ ସଭାରେ ବିରୋଧୀ ଦଳର ନେତା ତଥା ଉତ୍ତରପ୍ରଦେଶ ରାଏବରେଲିର କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଶିଖମାନଙ୍କ ଉପରେ ଦେଇଥିବା ବିବୃତ୍ତି...

ମୋଦି-ଶାହାଙ୍କ ସହ ଭଲ ନ ଥିଲା ଗଡକରୀଙ୍କ ସମ୍ପର୍କ! ଦେଖା ହେବା ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରାଉଥିଲେ…କହିଦେଲେ ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସେ ଖୋଲାଖେଶଲି କହିଛନ୍ତି କି, ଯେତେବେଳେ ସେ...

ଆତିଶୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବ ଭାଜପା, କାହିଁକି ଏମିତି କହିଲେ ଭାଜପା ଏମପି

ନୂଆଦିଲ୍ଲୀ,୨୧।୯: ଭାଜପା ଏମପି ମନୋଜ ତିୱାରୀ ଆତିଶୀଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସେ ରାଜ...

ଶପଥ ନେଲେ ସର୍ବ କନିଷ୍ଠ ମୁଖ୍ୟମନ୍ତ୍ରୀ ଆତିଶୀ

ନୂଆଦିଲ୍ଲୀ,୨୧।୯: ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ତଥା ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ ଶନିବାର ଶପଥ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ, ଅରବିନ୍ଦ କେଜରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦରୁ...

‘ଆପଣଙ୍କ କାର ମୋ ମା’ଙ୍କ ଘର ସହ ସମାନ’, ମୋଦିଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓବାମା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। ଯେଉଁଠାରେ ସେ ଆମେରିକାର ଡେଲାୱେରରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ ବୈଠକରେ...

ବର୍ଷକୁ ଦୁଇଟି ଗ୍ୟାସ ସିଲିଣ୍ଡର ମାଗଣା ମିଳିବ, ବଡ଼ ଘୋଷଣା କଲେ…

ନୂଆଦିଲ୍ଲୀ,୨୧।୯: ଜମ୍ମୁ କଶ୍ମୀରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଜମ୍ମୁରେ ପହଞ୍ଚିଛନ୍ତି। ଏହି ସମୟରେ...

ମିଛ ପ୍ରଚାର କରିବାରେ ଅମିତ ଶାହା ସବୁଠୁ ଆଗରେ: ଖାର୍ଗେ

ନୂଆଦିଲ୍ଲୀ, ୨୧।୯: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଜମ୍ମୁରେ ପହଞ୍ଚିଛନ୍ତି। ସେ ଜମ୍ମୁ କଶ୍ମୀରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଦଳର ପ୍ରାର୍ଥୀ ତାରା ଚାନ୍ଦଙ୍କ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri