ଜାତୀୟ ରାଜପଥ ଅବରୋଧ କଲା ଭାଜପା

ଦେବଗଡ଼,୩ା୮(ଡି.ଏନ୍‌.ଏ.): ଦେବଗଡ଼ ନୀଳବର୍ନି ସାହି ବାଇପାସ ଛକ ଠାରେ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛି ଭାଜପା। ଦେବଗଡ଼ ପୌରପରିଷଦରେ ହୋଇଥିବା ବିଭିନ୍ନ ଦୁର୍ନୀତିର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତା ଅବରୋଧ କରାଯାଇଛି। ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଥିଲେ ଭାଜପା ଯୁବ ମୋର୍ଚ୍ଚା ଏବଂ ଏସ୍‌ସି ମୋର୍ଚ୍ଚାର ସଦସ୍ୟ। ଦେବଗଡ଼ ପୌର ପରିଷଦର ଅନିୟମିତତା, ଦୁର୍ନୀତି ଏବଂ ମନମୁଖି କାର୍ଯ୍ୟକୁ ବିରୋଧ କରି ୭ ଜଣ କାଉନସିଲର ଆଜକୁ ୧୦ ଦିନ ହେଲା ଆମରଣ ଅନଶନରେ ବସିଛନ୍ତି। ୧୫ ଦଫା ଦାବି ନେଇ ଆନ୍ଦୋଳନ ଜାରି ରହିଥିବା ବେଳେ ସମାଧାନ ପାଇଁ ପ୍ରଶାସନ କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗରେ ବୁଧବାର ଭାଜପା ପକ୍ଷରୁ ଜାତୀୟ ରାଜପଥ ଅବରୋଧ କରାଯାଇଛି। ସେପଟେ ଆମରଣ ଅନଶନରେ ସାମିଲ ଥିବା କାଉନସିଲରଙ୍କ ମଧ୍ୟରୁ ୨ ଜଣଙ୍କର ସ୍ବାସ୍ଥ୍ୟାବସ୍ଥା ଦୁର୍ବଳ ହୋଇପଡ଼ିବାରୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ସୂଚନାଫଳକରେ ଚାଲିଛି ଉପ-ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ କାର୍ଯ୍ୟ, ନିମ୍ନମାନର ଅଭିଯୋଗ

କେସିଙ୍ଗା,୨୭ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଶିରୋଲସ୍ଥିତ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ପଛପଟରେ ସ୍ବାସ୍ଥ୍ୟ ବିଭାଗର ଏନ୍‌ଆର୍‌ଏଚ୍‌ଏମ୍‌ ଦ୍ୱାରା ୫୫ଲକ୍ଷ ବ୍ୟୟ ଅଟକଳରେ...

ଭେଣ୍ଡିଂ ଜୋନ୍‌ରେ ବସୁନାହାନ୍ତି ଉଠା ପରିବା ଦୋକାନୀ

ଗଞ୍ଜାମ,୨୭ା୪(ବିଦ୍ୟାଧର ସାହୁ): ଉଠା ପନିପରିବା ବେପାରୀମାନଙ୍କ ଲାଗି ବଡ଼ ବଜାର ଭାରତୀ ବିଦ୍ୟାପୀଠ ସମ୍ମୁଖ ଓ ସାନ ବଜାର ବ୍ଲକ ସମ୍ମୁଖରେ ଭେଣ୍ଡିଂ ଜୋନ ନିର୍ମାଣ...

ତାଣ୍ଡବ ରଚିଲା କାଳବୈଶାଖୀ: କୁଆପଥର ମାଡ଼ରେ ଧାନଫସଲ ନଷ୍ଟ, ବିଦ୍ୟୁତ୍‌ ସେବା ବନ୍ଦ

\ନୂଆପଡ଼ା,୨୭।୪(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଳକ ଅଧୀନ ବୁଦ୍ଧିକୋମନା ପଞ୍ଚାୟତର ପଣ୍ଡରାପଥର ଏବଂ ସ୍ଥାନୀୟ ଆଖପାଖ ଗ୍ରାମରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି।...

ଜଳପ୍ରପାତରେ ବୁଡ଼ି ଚାଲିଗଲା ୨ ଯୁବକଙ୍କ ଜୀବନ

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଚନ୍ଦନଗିରି ନିକଟ ପାଟହରା ଜଳପ୍ରପାତରେ ବୁଡ଼ି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ସଠିକ୍‌ କାରଣ...

ସାମ୍ବାଧାନିକ ନୀତି, ନିୟମ, ଶିକ୍ଷାକୁ ନେଇ ସଚେତନତା

ଭଞ୍ଜନଗର,୨୭ା୪(ବାବୁଲା ପ୍ରଧାନ): ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ଗୃହ ଭେଜିପୁଟଠାରେ କାଳଞ୍ଜି ସମାଜର ସାମ୍ବିଧାନିକ ବୈଠକ ସଭାପତି ବିଭୂତି ଭୂଷଣ ଜେନାଙ୍କ ସଭାପତିତ୍ୱରେ ରବିବାର ଅନୁଷ୍ଠିତ...

UPSC ପରୀକ୍ଷାରେ କେନ୍ଦୁଝରର ପୁଅ ଅନୁପଙ୍କ ସଫଳତା

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଚଳିତ ବର୍ଷ ୨୦୨୪ ବର୍ଷର ୟୁପିଏସସି ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏଥିରେ କେନ୍ଦୁଝର ମାଟିର ପୁଅ ଅନୁପ ନାୟକ ସଫଳ...

ବିଶ୍ୱ ଏକତା, ବିଶ୍ୱାସର ବିକାଶ ପାଇଁ ରାଜଯୋଗ

ଦାରିଙ୍ଗବାଡ଼ି,୨୭ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପ୍ରଜାପତି ବ୍ରହ୍ମକୁମାରୀ ପକ୍ଷରୁ ରବିବାର ବିଶ୍ୱ ଏକତା ଓ ବିଶ୍ୱାସର ବିକାଶ ପାଇଁ ରାଜଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।...

ଥମୁନି ଦାଦନ ମୃତ୍ୟୁ: ପୁଣି କେରଳରୁ ଫେରିଲା ଜଣେ ଦାଦନ ଶ୍ରମିକଙ୍କ ମୃତଦେହ

ଲାଞ୍ଜିଗଡ଼,୨୭ା୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦାଦନ ସମସ୍ୟା ବଢ଼ିବାରେ ଲାଗିଥିବା ବେଳେ ଅନେକ ସମୟରେ ରାଜ୍ୟ ବାହାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image